ଓଡିଶା

odisha

ETV Bharat / bharat

Sharad Yadav Passed Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ । ଗତକାଲି ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଝିଅ ସୁବାସିନୀ । ଅଧିକ ପଢନ୍ତୁ

Sharad Yadav
Sharad Yadav

By

Published : Jan 13, 2023, 6:15 AM IST

Updated : Jan 13, 2023, 7:46 AM IST

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ । ୭୫ ବର୍ଷ ବୟସରେ ସେ ଗତକାଲି(ଗୁରୁବାର) ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଝିଅ ସୁବାସିନୀ ଟ୍ବିଟକରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,"ବାପା ଆଉ ନାହାନ୍ତି ।" ବିଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଗୁରୁଗ୍ରାମ ସ୍ଥିତ ଫର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Odisha Politics: ଜାତୀୟ ଦଳ ଫୋକସରେ ଓଡିଶା, ଦୃଢ ସଂଗଠନ ଥିଲେ ମିଳିବ ଫାଇଦା

ଶରଦ ଯାଦବ ୧୯୪୭ ମସିହା ଜୁଲାଇ ୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ କୃଷକ ଥିଲେ । ଛାତ୍ରବେଳୁ ହିଁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ରହିଥିଲା । ଛାତ୍ର ରାଜନୀତିରୁ ଆରମ୍ଭ କରି ସେ ଜାତୀୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ରାଜନୈତିକ ଜୀବନକାଳ:ବିହାର ରାଜନୀତିରେ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶରଦ । ୧୯୯୪ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ । ତେବେ ସେ ନିଜର ଜୀବନକାଳ ମଧ୍ୟରେ ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୩ ମସିହାରେ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୨୦୦୪ ଲୋକସଭା ନିର୍ବାଚନରେ ସେ ହାରି ଯାଇଥିଲେ । ପରେ ସେ ୨୦୦୯ ମସିହାରେ ପୁଣି ବିହାରର ମାଧେପୁରା ଆସନରୁ ଜିତିଥିଲେ । ୨୦୧୭ ମସିହାରେ ବିହାର ବିଧାନସଭା ନିର୍ବାଚନ ସମୟରେ ନୀତିଶ କୁମାର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେ ଏହାକୁ ବିରୋଧ କରିଥିଲେ । ପରେ ସେ ଦଳ ଛାଡି ୨୦୧୮ ମସିହାରେ ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) ଗଢିଥିଲେ । ପରବର୍ତ୍ତୀ ସମୟରେ ସେ ନିଜ ଦଳକୁ ଆରଜେଡିରେ ମିଶାଇଦେଇଥିଲେ । ବିଜେପି ବିରୋଧିଙ୍କ ଏକାଠି କରିବା ସହ ମେଣ୍ଟକୁ ଶକ୍ତିଶାଳୀ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା ।

ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ:ବିହାର ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶରଦ ଯାଦବଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ମୋଦି ଟ୍ବିଟ କରି ଲେଖିଛନ୍ତି, "ଶରଦ ଯାଦବଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ । ତାଙ୍କ ରାଜନୈତିକ ଜୀବନରେ ସାଂସଦ ଏବଂ ମନ୍ତ୍ରୀ ଭାବରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ସେ ଡ.ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ସହ ବିତାଇଥିବା ସମୟ ମନେ ରହିବ । ମୁଁ ଯାଦବଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି, "ଶରଦ ଯାଦବ ଜୀ ଜଣେ ସମାଜବାଦୀ ସହ ବିନମ୍ର ପ୍ରକୃତିର ଲୋକ ଥିଲେ । ମୁଁ ତାଙ୍କ ଠାରୁ ବହୁତ କିଛି ଶିଖିଛି । ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଦେଶ ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।"

AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟ୍ବିଟ କରି କହିଛନ୍ତି,"ସମାଜବାଦୀ ନେତା ତଥା ପୂର୍ବତନ ଜେଡିୟୁ ଅଧ୍ୟକ୍ଷଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଦଶନ୍ଧି ଧରି ସେ କେନ୍ଦ୍ରମନ୍ତ୍ରୀ ଏବଂ ସଂସଦର ସଦସ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2023, 7:46 AM IST

ABOUT THE AUTHOR

...view details