ଓଡିଶା

odisha

By

Published : Aug 8, 2021, 7:55 AM IST

ETV Bharat / bharat

JK ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ ସିଂ

ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ କରନ ସିଂ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

JK ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ ସିଂ
JK ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ ସିଂ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ କରନ ସିଂ । କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନର ସ୍ଥିତି କଣ ରହିଛି । କିପରି ଭାବରେ ବିକାଶ ମୂଳକ କାର୍ଯ୍ୟ କରାଯାଉଛି । ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । କେବଳ ସେତିକି ନୁହେଁ ବିକାଶ ମୂଳକ କାର୍ଯ୍ୟ ନେଇ ଉଭୟ ଉଭୟଙ୍କୁ ମତାମତ ବାଣ୍ଟିଥିଲେ।

ସେପଟେ ସିହ୍ନା କହିଛନ୍ତି । କେନ୍ଦ୍ର ସରକାର ଜମ୍ମକାଶ୍ମୀରବାସୀଙ୍କ ସମସ୍ୟା ଓ ଆଂକାକ୍ଷା ପୂରଣ ପାଇଁ କାମ କରୁଛନ୍ତି । ସରକାରୀ ପ୍ରକ୍ରିୟାରେ ସ୍ବଚ୍ଛତା ଓ ବିଶ୍ବାସନୀୟତାକୁ ଜିତିବା ପାଇଁ ଅହରହ ଉଦ୍ୟମ ଜାରି ରହିଛି । ଜମ୍ମୁବାସୀଙ୍କ ପାଖରେ ସମସ୍ତ ସରକାରୀ ଯୋଜନା, ବିକାଶ ଓ ଜନକଲ୍ୟାଣକାରୀ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ମୋଦି ସରକାର । ତେବେ, ଏ ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏକ ଦଳ ସହ ବିଧାୟକ ବିକ୍ରମାଦିତ୍ୟ ସିଂ ମଧ୍ୟ ଉପସ୍ଥିତ ଥିଲେ ।

@ANI

ABOUT THE AUTHOR

...view details