ଜୟପୁର:କଂଗ୍ରେସର ଭାରତ ଯୋଡ଼ ଯାତ୍ରା ରାଜସ୍ଥାନର ଅଲୱରରେ ପହଞ୍ଚିଛି (Bharat Jodo Yatra in Alwar)। ଯାତ୍ରା ସମୟରେ ଜିତେନ୍ଦ୍ର ସିଂ ଓ ରାହୁଲ ଗାନ୍ଧୀ (Rahul Gandhi)ଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଜେପି ଆଇଟି ସେଲ୍ ଟ୍ବିଟ କରିଥିଲା । ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ସେ କହିଛନ୍ତି ଯେ ମୁଁ ନିଜ ଜୋତାର ଲେସ୍ ବାନ୍ଧୁଥିଲି, ରାହୁଲ ଗାନ୍ଧୀଙ୍କ ନୁହେଁ । ଆଇଟି ସେଲ୍ ଉକ୍ତ ଟ୍ବିଟକୁ ତୁରନ୍ତ ନହଟାଇଲେ ସେ ମାନହାନି ଅଭିଯୋଗ ଆଣିବେ ବୋଲି ଚେତାବନୀ ଦେଇଛନ୍ତି ।
ଭାଇରାଲ ଭିଡ଼ିଓକୁ ନେଇ ଟ୍ବିଟ କରି ବିଜେପି ଆଇଟି ସେଲ ପ୍ରଭାରୀ ଅମିତ ମାଲଭିୟ ଟ୍ବିଟ କରି ପରୋକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡ଼ଗେଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ରିଟ୍ବିଟ କରି ଜିତେନ୍ଦ୍ର କହିଥିଲେ, "ବିଜେପି ଆଇଟି ସେଲ ନିଜ ମନ୍ଦକାର୍ଯ୍ୟକୁ ତ୍ୟାଗ କରିବ ନାହିଁ । ଏହି ଟ୍ବିଟକୁ ଶୀଘ୍ର ହଟାନ୍ତୁ, ନଚେତ ମୁଁ ମାନହାନୀ ମକଦ୍ଦମା କରିବି । ଏହାପରେ ବିଜେପି ଆଇଟି ସେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଜିତେନ୍ଦ୍ର କହିଛନ୍ତି(Jitendra Singh On BJP ), " ଭାରତ ଯୋଡ଼ ଯାତ୍ରାକୁ ନେଇ ବିଜେପି ଭୟଭୀତ ହୋଇପଡ଼ିବା ସହ ବିଚଳିତ ଅଛି(Jitendra Singh counter) । ସେମାନେ ମଧ୍ୟ ଏକ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ସେଥିରେ ୫ ଜଣ ଲୋକ ମଧ୍ୟ ଏକତ୍ରିତ ହୋଇପାରିଲେ ନାହିଁ । ଏଥିଲାଗି ବିଜେପି ନେତା ଭୁଲ ରାସ୍ତା ଆପଣାଉଛନ୍ତି । କେତେବେଳେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ କହୁଛନ୍ତି ତ ଆଉ କେତେବେଳେ ତାଙ୍କ ଦାଢିକୁ ନେଇ ଚର୍ଚ୍ଚା କରୁଛନ୍ତି । ମାତ୍ର ଏହାପରେ ମଧ୍ୟ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ତେବେ ଯାତ୍ରା ସମୟରେ ଚାଲୁଥିବା ବେଳେ ମୋ ଜୋତାର ଲେସ୍ ଖୋଲିଯାଇଥିଲା, ଯାହା ସମ୍ପର୍କରେ ରାହୁଲ ଗାନ୍ଧୀ ମୋତେ ସୂଚିତ କରିବା ପରେ ମୁଁ ଏହାକୁ ବାନ୍ଧିଥିଲି । ଯାତ୍ରାରେ ବହୁ ସଂଖ୍ୟକ ଲୋକ ସାମିଲ ଥିବାରୁ ସେ କିଛି ସମୟ ଅଟକିଥିଲେ । ଏହାପରେ ମୁଁ ଲେସ୍ ବାନ୍ଧିଥିଲି ।"