ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମୱାଇ ଇକବାଲଙ୍କର ଆଜି(ଶୁକ୍ରବାର) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ବୟସ ହୋଇଥିଲା ।
ଇକବାଲ ସୁପ୍ରିମକୋର୍ଟରେ 2012ରୁ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । 2016 ଫେବୃଆରୀରେ ସେ ଚାକିରିରୁ ଅବସର ନେଇଥିଲେ । ଏହା ପୂର୍ବରୁ ଜୁନ 2010ରେ ମାଡ୍ରାସ ଉଚ୍ଚ ନ୍ୟାୟଳୟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହା ସହିତ ଇକବାଲ 1996ରେ ପାଟନା ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ 2000 ମସିହାରେ ଝାଡଖଣ୍ଡ ଉଚ୍ଚ ନ୍ୟାୟଳୟକୁ ତାଙ୍କର ବଦଳି ହୋଇଥିଲା ।