ଶ୍ରୀନଗର:ସୀମାରେ ବଢୁଛି ଆତଙ୍କୀଙ୍କ ଆତଙ୍କରାଜ । ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ ଅଧିକାରୀ,ପତ୍ନୀ ଓ ଝିଅ ଜୀବନ ଯାଇଛି । ପୁଲୱାମା ଜିଲ୍ଲା ହରିପାରିଗ୍ରାମ ଗାଁରେ ରବିବାର ସଂନ୍ଧ୍ୟାରେ ଏହି କାଣ୍ଡ ଘଟଣାଇଛନ୍ତି ଆତଙ୍କବାଦ । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ।
କାଶ୍ମୀର ଜୋନ୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ହରିପରିଗାମ୍ ଗ୍ରାମର ବାସିନ୍ଦା ତଥା ପୂର୍ବତନ SPO ଫୟାଜ ଅହମଦଙ୍କ ଘର ଭିତରକୁ ଆତଙ୍କବାଦୀମାନେ ପ୍ରବେଶକରି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଫୟାଜଙ୍କ ସହିତ ତାଙ୍କ ପତ୍ନୀ ରାଜା ବେଗମ ଏବଂ ଝିଅ ରଫିଆ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉ କି ଗତକାଲି ଜାମ୍ମୁ ବାୟୁସେନା ଷ୍ଟେସନର ଟେକ୍ନୋଲୋଜି ଅଞ୍ଚଳରେ ବିସ୍ଫୋରଣ ଘଟିଛି ।