ଓଡିଶା

odisha

By

Published : Nov 25, 2020, 6:06 PM IST

ETV Bharat / bharat

ପରଲୋକରେ ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ

ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ ମାଣିକ ଚାନ୍ଦ ସୁରନାଙ୍କ ଦେହାନ୍ତ । ଶୋକ ପ୍ରକାଶ କଲେ ରାଜସ୍ଥାନ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ । ପଢନ୍ତୁ ଅଧିକ.....

ପରଲୋକରେ ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ ମାଣିକ ଚାନ୍ଦ ସୁରନା
ପରଲୋକରେ ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ ମାଣିକ ଚାନ୍ଦ ସୁରନା

ଜୟପୁର: ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ ମାଣିକ ଚାନ୍ଦ ସୁରନାଙ୍କ ବୁଧବାର ଜୟପୁରରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା । ତାଙ୍କ ପୁଅ ଜିତେନ୍ଦ୍ର ସୁରନାଙ୍କ ସୂଚନା ଅନୁୟାୟୀ ପରମ୍ପରା ମୁତାବକ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ମାଣିକ ଚାନ୍ଦ ସୁରନା ରାଜସ୍ଥାନର ଡୁଙ୍ଗର କଲେଜର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହୋଇ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ପରେ ସେ ମୁଖ୍ୟସ୍ରୋତ ରାଜନୀତିକୁ ଆସି ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । 1977 ମସିହାରେ ସେ ଲଙ୍କାରନସର ଆସନରୁ ପ୍ରଥମେ ଜନତା ପାର୍ଟିର ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁନର୍ବାର 1985 ରେ ମଧ୍ୟ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ପରେ ସେ ଜନତା ଦଳ ଛାଡି ଜନତା ଦଳ (ପ୍ରଗତିଶୀଳ ) ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।

ପରେ 1977 ରୁ 1980 ପର୍ଯ୍ୟନ୍ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାଇରନ ସିଂ ଶେଖୱାତଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସରାନାଙ୍କ ଦେହାନ୍ତରେ ରାଜସ୍ଥାନର ଅନେକ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ବିଧାନସଭା ବାଚସ୍ପତି ସିପି ଯୋଶୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭସୁନ୍ଧରା ରାଜେ ସିନ୍ଧିଆ ପ୍ରମୁଖ ତାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details