ନୂଆଦିଲ୍ଲୀ:ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତି ତୀବ୍ର ବେଗରେ ବଦଳିବାରେ ଲାଗିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଜି ପ୍ରଥମଥର ପାଇଁ ଦିଲ୍ଲୀ ଆସୁଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଆସିଛନ୍ତି ସେ ।
ତେବେ ଜାତୀୟ ରାଜନୀତି ଚର୍ଚ୍ଚା ଅନୁସାରେ ଆଜି ସଂଧ୍ୟାରେ କ୍ୟାପ୍ଟେନ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ । ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି । ତେବେ ଏହି ଚର୍ଚ୍ଚାରେ କେତେ ଦମ ଅଛି, ତାହା ସମୟ କହିବ ।
କ୍ୟାପ୍ଟେନ ଅମରିନ୍ଦର ସିଂ ନିଜ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସୁଥିବା କହିଛନ୍ତି ତାଙ୍କ ମିଡିଆ ପରାମର୍ଶଦାତା । ଏହାସହ କ୍ୟାପ୍ଟେନ ଅମରିନ୍ଦର କିଛି ବ୍ୟକ୍ତିଗତ ବନ୍ଧୁଙ୍କୁ ସାକ୍ଷାତ କରିବେ। ଏହାବାଦ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘କପୁରଥଲା’ ବାସଭବନକୁ ଖାଲି କରିବେ ବୋଲି ତାଙ୍କ ମିଡିଆ ପରାମର୍ଶଦାତା କହିଛନ୍ତି ।