ବେଙ୍ଗାଲୁରୁ: ସଂସଦ ପରିସରରେ ବେଙ୍ଗାଲୁରୁ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଦାବି । ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା ବେଙ୍ଗାଲୁରୁ ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡ଼ାଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି । ନଭେମ୍ବର 11ରେ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ବେଙ୍ଗାଲୁରୁ ପ୍ରତିଷ୍ଠାତାଙ୍କ 108 ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଯାଉଛି । ଏହି ପ୍ରକଳ୍ପ ପୂର୍ବରୁ ସଂସଦ ପରିସରରେ ନାଦପ୍ରଭୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଦାବି ହୋଇଥିଲା ।
ସଂସଦ ପରିସରରେ ବେଙ୍ଗାଲୁରୁ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଦାବି, ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚିଠି - ବେଙ୍ଗାଲୁରୁ ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡ଼ା
ସଂସଦ ପରିସରରେ ବେଙ୍ଗାଲୁରୁ ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଦାବି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ
ଏଚ.ଡି. ଦେବଗୌଡ଼ା ଚିଠିରେ ଲେଖିଛନ୍ତି, "ସଂସଦ ପରିସରରେ ନାଦପ୍ରଭୁ କେମ୍ପେଗୌଡ଼ାଙ୍କ ଏକ କାଂସ୍ୟ(Bronze) ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ବିଚାର କରିବାକୁ ଅନୁରୋଧ । ଷୋଡଶ ଶତାବ୍ଦୀରେ କେମ୍ପେଗୌଡ଼ା ବେଙ୍ଗେଲୁରୁ ସହର ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ଏହା ସର୍ବଭାରତୀୟସ୍ତରରେ ପ୍ରସିଦ୍ଧ ମହାନଗରରେ ପରିଣତ ହୋଇଛି ।"
ବେଙ୍ଗାଲୁରୁ ପ୍ରତି ତାଙ୍କର ଯଥେଷ୍ଟ ବଳିଦାନ ରହିଛି। ଭାରତରେ ଅନ୍ୟ କୌଣସି ଏପରି ସହର ନାହିଁ ଯେଉଁଠି ବୈଜ୍ଞାନିକ ଓ ବୈଷୟିକ ଉତ୍କର୍ଷର ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି । ତେଣୁ ସଂସଦ ପରିସରରେ କେମ୍ପେଗୌଡ଼ାଙ୍କ ମୂର୍ତ୍ତି ସ୍ଥାପନା ପାଇଁ ଏଚ.ଡି. ଦେବଗୌଡ଼ା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।