ନୂଆଦିଲ୍ଲୀ: କୋରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏମ୍ସର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କୋରୋନା, ଏମ୍ସରେ ଭର୍ତ୍ତି - Former PM Manmohan singh covid possitive
କୋରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତିହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଅଧିକ ପଢନ୍ତୁ....
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କୋରୋନା , ଏମ୍ସରେ ଭର୍ତ୍ତିପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କୋରୋନା , ଏମ୍ସରେ ଭର୍ତ୍ତି
ସୂଚନା ଅନୁସାରେ, ସେ ଅସୁସ୍ଥ ଅନୁଭବ କରିବା ସହ ତାଙ୍କ ଠାରେ କୋଭିଡ ସମ୍ପର୍କିତ କିଛି ଲକ୍ଷଣ ଦେଖାଦେବାରୁ କୋଭିଡ ପରୀକ୍ଷା କରାଯାଇଥିଲା । ପରେ ଟେଷ୍ଟ ରିପୋର୍ଟରୁ ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମନମୋହନ ସିଂ ଆକ୍ରାନ୍ତ ଜଣା ପଡିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Apr 19, 2021, 7:30 PM IST