ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଏଚଡି ଦେବଗୌଡା କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଦେବଗୌଡାଙ୍କ ସହ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଏବେ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଦେବଗୌଡା ନିଜ ଟ୍ବିଟର ପେଜରେ ଏ ବାବଦରେ ସୂଚନା ଦେବା ସହ ସେ ଏବଂ ତାଙ୍କ ପତ୍ନୀ ଏବେ ଆଇସୋଲେସନରେ ରହିଥିବା କହିଛନ୍ତି ।