ଓଡିଶା

odisha

ETV Bharat / bharat

ଗ୍ୟାଙ୍ଗଷ୍ଟାର ଫେକ୍ ଏନକାଉଣ୍ଟର ମାମଲା, ବେଲରେ ଆସିଥିବା ପୂର୍ବତନ ମଡେଲଙ୍କୁ ହୋଟେଲରେ ଗୁଳିକରି ହତ୍ୟା - Pahuja Sandeep Gadoli

Model shot to death in hotel: ଗ୍ୟାଙ୍ଗଷ୍ଟାର ଫେକ୍ ଏନକାଉଣ୍ଟର ମାମଲାରେ ବେଲରେ ଆସିଥିବା ପୂର୍ବତନ ମଡେଲଙ୍କୁ ହୋଟେଲରେ ଗୁଳିକରି ହତ୍ୟା । ଅଧିକ ପଢନ୍ତୁ

ଫେକ ଏନକାଉଣ୍ଟର ମାମଲାରେ ବେଲରେ ଆସିଥିବା ପୂର୍ବତନ ମଡେଲଙ୍କୁ ଗୁଳିକରି ହତ୍ୟା
ଫେକ ଏନକାଉଣ୍ଟର ମାମଲାରେ ବେଲରେ ଆସିଥିବା ପୂର୍ବତନ ମଡେଲଙ୍କୁ ଗୁଳିକରି ହତ୍ୟା

By ETV Bharat Odisha Team

Published : Jan 4, 2024, 7:30 PM IST

ଗ୍ୟାଙ୍ଗଷ୍ଟାର ଫେକ୍ ଏନକାଉଣ୍ଟର ମାମଲା, ବେଲରେ ଆସିଥିବା ପୂର୍ବତନ ମଡେଲଙ୍କୁ ହୋଟେଲରେ ଗୁଳିକରି ହତ୍ୟା

ଗୁରୁଗ୍ରାମ:ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗାଡୋଲି ଫେକ୍ ଏନକାଉଣ୍ଟର ମାମଲାରେ ବେଲରେ ଆସିଥିବା ପୂର୍ବତନ ମଡେଲ ଦିବ୍ୟା ପହୁଜାଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ଗୁଳିକରି ହତ୍ୟା କରାଯାଇଛି । 27 ବର୍ଷୀୟ ପୂର୍ବତନ ମଡେଲ ଦିବ୍ୟା ପହୁଜା 2016 ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗାଡୋଲି ଫେକ ଏନକାଉଣ୍ଟର ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । କିଛି ମାସ ପୂର୍ବରୁ ସେ ବେଲରେ ଆସିଥିଲେ । ତେବେ ତାଙ୍କୁ ଗତକାଲି ଗୁରୁଗ୍ରାମର ଏକ ହୋଟେଲରେ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଏହି ମାମଲାରେ ହୋଟେଲ ମାଲିକ ସମେତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସମ୍ପୃକ୍ତ ହୋଟେଲର ମାଲିକ 56 ବର୍ଷୀୟ ଅଭିଜିତ ସିଂ ଓ ତାର ଦୁଇ ସହଯୋଗୀ 28 ବର୍ଷୀୟ ହେମରାଜ ଓ 23 ଓମପ୍ରକାଶ । ଏହି ଦୁଇ ଯୁବକ ହତ୍ୟାକାଣ୍ଡକୁ ରୂପ ଦିଆଯାଇଥିବା ଅଭିଜିତର ହୋଟେଲରେ କାମ କରୁଥିଲେ । ହତ୍ୟାକାଣ୍ଡରେ 5 ଅଭିଯୁକ୍ତ ସାମିଲ ଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଜେଲରୁ ଫେରିଥିବା ଦିବ୍ୟା ହୋଟେଲ ମାଲିକ ଅଭିଜିତ ସିଂ ମଧ୍ୟରେ ସମ୍ପର୍କ ଥିଲା । ଉଭୟଙ୍କର କିଛି ଆପତ୍ତିଜନକ ଫଟୋ ମଧ୍ୟ ଦିବ୍ୟାଙ୍କ ନିକଟରେ ଥିଲା । ଯାହାକୁ ନେଇ ସେ ଅଭିଜିତକୁ ବ୍ଲାକମେଲ କରିବା ସହ ଲାକ୍ଷାଧିକ ଟଙ୍କା ମଧ୍ୟ ମାଗୁଥିଲା । ଜାନୁଆରୀ 2 ତାରିଖରେ ଅଭିଜିତ ଦିବ୍ୟାଙ୍କୁ ଧରି ଗୁରୁଗ୍ରାମସ୍ଥିତ ନିଜ ହୋଟେଲରେ ପହଞ୍ଚିଥିଲେ । ଉକ୍ତ ଫଟୋ ଡିଲିଟ କରିବା ପାଇଁ କହିଥିଲା ଅଭିଜିତ । ଦିବ୍ୟା ଫଟୋ ଡିଲିଟ କରିବା ପାଇଁ ମନା କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଭିଜିତ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ନିଜ ହୋଲଟର ଦୁଇ କର୍ମଚାରୀ ହେମରାଜ ଓ ଓମପ୍ରକାଶର ସହଯୋଗ ନେଇଥିଲା । ମୃତଦେହକୁ ଏକ କୋଠରୀକୁ ନେବା ବେଳର ଭିଡିଓ ମଧ୍ୟ ସିସିଟିଭିରେ ରେକର୍ଡ ହୋଇଛି ।

ତେବେ ପୋଲିସର ଏହି ସୂଚନାକୁ ଦିବ୍ୟାଙ୍କ ପରିବାର ଖଣ୍ଡନ କରିଛି । ଫଟୋ ପାଇଁ କୌଣସି ବ୍ଲାକମେଲିଂରୁ ହତ୍ୟାକାଣ୍ଡ ହୋଇଥିବା କଥାକୁ ସେମାନେ ଅସ୍ବୀକାର କରିବା ସହ ହତ୍ୟାକାଣ୍ଡ ପଛରେ ମୃତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗାଡୋଲିର ପରିବାର ସଦସ୍ୟଙ୍କ ଭୂମିକା ଥିବା ଅଭିଯୋଗ କରିଛନ୍ତି । ସନ୍ଦୀପ ଗାଡୋଲିର ପରିବାର ସଦସ୍ୟ ଟଙ୍କା ଦେଇ ହୋଟେଲ ମାଲିକ ଅଭିଜିତ ଜରିଆରେ ଏହି ହତ୍ୟାକାଣ୍ଡ ଘଟାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ସନ୍ଦୀପ ଗାଡୋଲି ଫେକ ଏନକାଉଣ୍ଟର:-

2016 ରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗାଡୋଲିକୁ ଏନକାଉଣ୍ଟର କରିଥିଲା । ସେତେବେଳେ ଦିବ୍ୟା ସନ୍ଦୀପର ବାନ୍ଧବୀ ଥିଲେ । ଦିବ୍ୟାଙ୍କ ସହଯୋଗରେ ପୋଲିସ ସନ୍ଦୀପକୁ ଠାବ କରିବା ସହ ଏନକାଉଣ୍ଟରରେ କରିଥିଲା ପୋଲିସ । ପରେ ଏହି ଏନକାଉଣ୍ଟର ଏକ ଫେକ ଏନକାଉଣ୍ଟର ଥିବା ଜଣାପଡିଥିଲା । ଏଥିରେ ଦିବ୍ୟା ଓ ତାଙ୍କ ମା’ଙ୍କ ସହ ଏନକାଉଣ୍ଟରରେ ସାମିଲ ଥିବା ମୁମ୍ବାଇ ପୋଲିସର 5 ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ପରେ ଦିବ୍ୟା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ଗିରଫଦାରୀର 7 ବର୍ଷ ପରେ ଗତବର୍ଷ (2023) ଜୁନରେ ବମ୍ବେ ହାଇକୋର୍ଟ ଦିବ୍ୟାଙ୍କୁ ଜାମିନ ପ୍ରଦାନ କରିଥିଲେ । ବେଲ ପାଇବାର କିଛି ମାସ ପରେ ସେ ଏବେ ହତ୍ୟାର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details