ଚଣ୍ଡିଗଡ: ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଦେବା ପଡିଲା ମହଙ୍ଗା । ବନ୍ଧା ହେଲେ ପଞ୍ଜାବର ପୂର୍ବତନ ମନ୍ତ୍ରୀ । ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ସୁନ୍ଦର ଶ୍ୟାମ ଅରୋରା(Sunder Sham Arora) ଗିରଫ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ବ୍ୟୁରୋ ତାଙ୍କୁ ଜିରାକପୁରରୁ ଗିରଫ କରିଛି । କୌଣସି ମାମଲାର ରଫାଦଫା ପାଇଁ ସେ ଏଆଇଜି ଭିଜିଲାନ୍ସ ମନମୋହନ କୁମାର(AIG Vigilance Manmohan Kumar)ଙ୍କୁ ୫୦ ଲକ୍ଷ ଦେବା ସମୟରେ ଧରା ପଡିଛନ୍ତି ।
ଭିଜିଲାନ୍ସ ନିର୍ଦ୍ଦେଶକ ବରିନ୍ଦର କୁମାରଙ୍କ କହିବାନୁଯାୟୀ, ସୁନ୍ଦର ଶ୍ୟାମ ଅରୋରାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସହ ମନ୍ତ୍ରୀ ଥିବାବେଳେ ଏକ ଦୁର୍ନୀତି ମାମଲା ରହିଛି । ଭିଜିଲାନ୍ସ ଏହି ମାମଲାରେ ତଦନ୍ତ କରୁଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ସେ ଏଆଇଜି ଭିଜିଲାନ୍ସ ମନମୋହନ କୁମାରଙ୍କୁ ଲାଞ୍ଚ ଭାବେ ୧ କୋଟି ଟଙ୍କା ଦେବାକୁ ଚେଷ୍ଟା କରିଥିଲେ । ଏ ସମ୍ପର୍କରେ AIG ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ।