ଓଡିଶା

odisha

By

Published : Dec 28, 2022, 8:01 PM IST

ETV Bharat / bharat

ବର୍ଷେ ପରେ ଜେଲରୁ ମୁକୁଳିଲେ ଅନିଲ ଦେଶମୁଖ

ଜେଲରୁ ବାହାରିଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ (Anil Deshmukh released from jail)। ମନି ଲଣ୍ଡ୍ରିଂ ମାମଲାରେ ଗତବର୍ଷ ନଭେମ୍ବରରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ବର୍ଷେ ପରେ ଜାମିନରେ ମୁକୁଳିଲେ ଅନିଲ ଦେଶମୁଖ
ବର୍ଷେ ପରେ ଜେଲରୁ ମୁକୁଳିଲେ ଅନିଲ ଦେଶମୁଖ

ହାଇଦ୍ରାବାଦ:ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ବର୍ଷେରୁ ଅଧିକ ସମୟ ଜେଲରେ ରହିବା ପରେ ଆଜି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଜେଲରୁ ମୁକୁଳିଛନ୍ତି (Anil Deshmukh released from jail)। ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଜେଲରେ ରହିବା ପରେ ଆଜି ସେ ମୁମ୍ବାଇ ଆର୍ଥର ଜେଲ୍‌ରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି । ଡିସେମ୍ବର 12 ତାରିଖରେ ବମ୍ବେ ହାଇକୋର୍ଟରୁ ଅନିଲଙ୍କୁ ଜାମିନ ମିଳିଥିଲା । 1 ଲକ୍ଷ ଟଙ୍କାର ମୁଚାଲିକାରେ ବେଲ ମଞ୍ଜୁରୀ ସହ ତାଙ୍କୁ 3 ମାସ ଯାଏ ମୁମ୍ବାଇ ଛାଡି ବାହାରକୁ ନଯିବା ପାଇଁ ମଧ୍ୟ ଅଦାଲତ ସର୍ତ୍ତ ରଖିଛନ୍ତି ।

ନଭେମ୍ବର 28 ତାରିଖରେ ଦେଶମୁଖଙ୍କ ବେଲ ମଞ୍ଜୁରୀ ଉପରେ ଆପତ୍ତି ଦର୍ଶାଇଥିଲା ଘଟଣାର ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ବେଲ ଆବେଦନ ଉପରେ ରହିତାଦେଶ ଜାରି କରିବା ପାଇଁ ସିବିଆଇ ଆବେଦନ କରିଥିଲେ ସୁଦ୍ଧା ବମ୍ବେ ହାଇକୋର୍ଟ ତାହା ଖାରଜ କରିଦେଇଥିଲେ । ସିବିଆଇ ଆବେଦନ ଖାରଜ ହେବା ପରେ ଦେଶମୁଖଙ୍କ ଜାମିନ ପାଇବା ରାସ୍ତା ପ୍ରାୟତଃ ସ୍ପଷ୍ଟ ହୋଇଥିଲା । 12 ତାରିଖରେ ସେ ବେଲ ପାଇଥିବା ବେଳେ ଆଜି ସଂଧ୍ୟାରେ ସେ ଆର୍ଥର ଜେଲରୁ ମୁକୁଳିଛନ୍ତି ।

ବର୍ଷେ ପରେ ଜାମିନରେ ମୁକୁଳିଲେ ଅନିଲ ଦେଶମୁଖ

ସୂଚନା ଅନୁସାରେ, ମହାବିକାଶ ଅଗାଡି ମେଣ୍ଟ ସରକାରରେ ଗୃହମନ୍ତ୍ରୀ ଥିବା ବରିଷ୍ଠ ଏନସିପି ନେତା ଅନୀଲ ଦେଶମୁଖଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ତତ୍କାଳୀନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାରରୁ ପ୍ରତିମାସ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ପାଇଁ ଦେଶମୁଖ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ପରମବୀର ସିଂଙ୍କ ଅଭିଯୋଗ ପରେ ତାଙ୍କ ଅଡୁଆ ବଢିବାରେ ଲାଗିଥିଲା । ବମ୍ବେ ହାଇକୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଥିଲା । ଗତବର୍ଷ ଏପ୍ରିଲ 21ରେ ମାମଲା ରୁଜ୍ଜୁ ହେବା ପରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଗତବର୍ଷ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା । ଏହାପରେ ସେ ମୁ୍ମ୍ବାଇ ଆର୍ଥର ରୋଡ ଜେଲରେ ରହିବା ସହ ବାରମ୍ବାର ଜାମିନ ଆବେଦନ କରି ନିରାଶ ହୋଇଥିଲା । ଆଜି ସେ ଏକ ବର୍ଷ ପରେ ଜାମିନରେ ବାହାରକୁ ବାହାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details