ଓଡିଶା

odisha

ETV Bharat / bharat

Ujjain Assault Case: ଦିଗବିଜୟ ସିଂଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ - ଦିଗବିଜୟ ସିଂଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ଭାଜପା ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଅଧିକ ପଢନ୍ତୁ

ଦିଗବିଜୟ ସିଂଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ
ଦିଗବିଜୟ ସିଂଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

By

Published : Mar 27, 2022, 10:07 AM IST

ଭୋପାଳ:11 ବର୍ଷ ପୁରୁଣା ମାମଲାରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ଦଣ୍ଡାଦେଶ ହୋଇଛି । ଭାଜପା ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଇନ୍ଦୋର ଜିଲ୍ଲାକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଉକ୍ତ ମାମଲାରେ ୬ଜଣଙ୍କ ସମ୍ପୃକ୍ତି ଥିବା କୋର୍ଟ ପକ୍ଷରୁ କୁହାଯାଇଥିବାବେଳେ ପ୍ରମାଣ ଅଭାବରୁ ୩ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ୨୫ ହଜାର ସିକ୍ୟୁରିଟିରେ ୬ଜଣଙ୍କୁ ଜାମିନ ମିଳିଛି । କୋର୍ଟଙ୍କ ରାୟ ପରେ ଷଡଯନ୍ତ୍ର କରି ତାଙ୍କୁ ଫସାଯାଇଥିବା କହିଛନ୍ତି ଦିଗବିଜୟ । ନ୍ୟାୟ ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ପ୍ରକାଶ ଥାଉ କି, ୨୦୧୧ରେ ଦିଗବିଜୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଏଥିରେ କଂଗ୍ରେସ ଓ ବିଜେୱାଇଏମ କର୍ମୀ ମୁହାମୁହିଁ ହୋଇଥିଲେ । କଂଗ୍ରେସ କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବିଜେୱାଇଏମ ପକ୍ଷରୁ ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details