ଓଡିଶା

odisha

ETV Bharat / bharat

ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ଦେହାନ୍ତ, ଶୋକ ପାଳିବ ପାକିସ୍ତାନ

୯୧ ବର୍ଷ ବୟସରେ ଜମ୍ମୁକାଶ୍ମୀରର ବିଚ୍ଛିନ୍ନତାବାଦୀ ହୁରିୟତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ଦେହାନ୍ତ । ଅଧିକ ପଢନ୍ତୁ..

By

Published : Sep 2, 2021, 8:25 AM IST

Updated : Sep 2, 2021, 8:38 AM IST

ହୁରିୟତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ ଦେହାନ୍ତ
ହୁରିୟତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ ଦେହାନ୍ତହୁରିୟତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଜମ୍ମୁକାଶ୍ମୀରର ବିଚ୍ଛିନ୍ନତାବାଦ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ । ଗତକାଲି (ବୁଧବାର) ୯୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ୨୦୧୮ରେ ସେ ହୃଦଘାତର ଶିକାର ହେବା ପରେ କ୍ରମଶଃ ଅସୁସ୍ଥ ରହୁଥିଲେ । ଗତ ବର୍ଷ ସେ ରାଜନୀତିରୁ ଅବସର ନେଇଥିଲେ । ତାଙ୍କ ମୃତ୍ୟୁ ନେଇ ପିଡିପି ମୁଖ୍ୟ ମେହେବୁବା ମୁଫତି ଟ୍ବିଟ ଯୋଗେ ସୂଚନା ଦେବା ସହ ଶୋକପ୍ରକାଶ କରିଛନ୍ତି ।

ଗିଲାନିଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ ପାକିସ୍ତାନ ଗିଲାନିଙ୍କ ମୃତ୍ୟୁକୁ ନେଇ ଶୋକ ଦିବସ ପାଳନ କରିବ ଏବଂ ଆମ ଦେଶର ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ରହିବ । ତେବେ ସୟଦ ଅଲ୍ଲୀ ଶାହଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିବ । ଏନେଇ କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।

୯ ସେପ୍ଟେମ୍ବର ୧୯୨୯ରେ ସୋପାରରେ ଜନ୍ମଗ୍ରହଣ କରିଥଲେ ଗିଲାନି । ବହୁ ବର୍ଷ ଧରି ସେ ହୁରିୟାତର ଅଧ୍ୟକ୍ଷ ହୋଇଥିଲେ । ଗିଲାନି ଚଳିତ ବର୍ଷ ଜୁନ୍ ମାସରେ ଅଲ୍ ପାର୍ଟି ହୁରିୟାଟ୍ ସମ୍ମିଳନୀ (APHC)ରୁ ଇସ୍ତଫା ଦେଇଥିଲେ । ନିକଟରେ ୧୪.୪ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ତାଙ୍କୁ ଏକ ନୋଟିସ ପଠାଯାଇଥିଲା । ଏହି ଜରିମାନା ତାଙ୍କୁ FEMA ଅଧୀନରେ ଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ, ଇଡି ଦ୍ୱାରା ଲାଗୁ କରାଯାଇଥିଲା ।

@ANI

Last Updated : Sep 2, 2021, 8:38 AM IST

ABOUT THE AUTHOR

...view details