ଚେନ୍ନାଇ: କୋଲକାତା ଏବଂ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ସିଏସ କରନଙ୍କୁ ଗିରଫ କରିଛି ପୋଲିସ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ସୁପ୍ରିମକୋର୍ଟର କିଛି ବିଚାରପତି ଓ ସେମାନଙ୍କ ପତ୍ନୀଙ୍କ କିଛି ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଅଭିଯୋଗରେ କରନଙ୍କୁ ଚେନ୍ନାଇରୁ ଗିରଫ କରିଛି ସିଟି ପୋଲିସର ସାଇବର କ୍ରାଇମ ବିଭାଗ ।
ସୋସିଆଲ ମିଡିଆରେ ଭିଡିଓ ସେୟାର ମାମଲା, ଗିରଫ ହେଲେ ପୂର୍ବତନ ହାଇକୋର୍ଟ ବିଚାରପତି ସିଏସ କରନ - ସିଏସ କରନ
କୋଲକାତା ଏବଂ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ସିଏସ କରନଙ୍କୁ ଗିରଫ କରିଛି ପୋଲିସ । କରନଙ୍କ ବିରୋଧରେ ଦଫା 509 ଏବଂ ଆଇପିସି ଧାରା 153ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ପୂର୍ବତନ ହାଇକୋର୍ଟ ବିଚାରପତି ସିଏସ କରନଙ୍କୁ ଗିରଫ କଲା ଚେନ୍ନାଇ ପୋଲିସ
ବୁଧବାର ଚେନ୍ନାଇ ସ୍ଥିତ ଅଭଦି ବାସଭବନରୁ କରନଙ୍କୁ ପୋଲିସ ଟିମ ଗିରଫ କରିଛି । ତାଙ୍କୁ ବର୍ତ୍ତମାନ ଭେପେରୀସ୍ଥିତ କମିଶନରଙ୍କ କାର୍ଯ୍ୟାଳୟରେ ଅଟକ ରଖାଯାଇଛି । ତେବେ କରନଙ୍କ ବିରୋଧରେ ଦଫା 509 ଏବଂ ଆଇପିସି ଧାରା 153ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ କରନଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ପ୍ରଥମେ ହାଜର କରାଯିବା ପରେ ତାଙ୍କୁ ପୁଜହାଲ ଜେଲକୁ ରିମାଣ୍ଡରେ ନିଆଯିବ । ଅକ୍ଟୋବରରେ ତିରୁଭନମିୟୁର ପୋଲିସ ଜଷ୍ଟିସ କରନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ।