ଚଣ୍ଡିଗଡ଼:ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ । ଆଜି (ଶନିବାର) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ପରେ କୋର୍ଟ ଦୁଇ ଦିନ ପୂର୍ବେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ, ଯାହା ଆଜି ପ୍ରକାଶ ପାଇଛି । 26 ମେ’ରେ ଚୌଟାଲାଙ୍କର ଦଣ୍ଡ ବିଧାନ କରିବେ କୋର୍ଟ ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇରେ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଥିଲା । ତାଙ୍କୁ ଜେବିଟି ନିଯୁକ୍ତି ସ୍କାମରେ ମଧ୍ୟ 10 ବର୍ଷ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ତାଙ୍କ ବିରୋଧରେ ଥିବା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଏକାଧିକ ସ୍କାମରେ ଜଡିତ ଥିବା ଅଭିଯୋଗର ତଦନ୍ତ କରୁଥିବା ସିବିଆଇ 2010 ମସିହାରେ ଚାର୍ଜସିଟ ଦାଖଲ କରିଥିଲା ।