ଓଡିଶା

odisha

By

Published : Feb 21, 2023, 10:14 AM IST

ETV Bharat / bharat

ଗୁଜୁରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ଦେହାନ୍ତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବରିଷ୍ଠ ବିଜେପି ନେତା ତଥା ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ପରଲୋକ । ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଗୁଜୁରାଟର ପୂର୍ବତନ ରାଜ୍ୟାପାଳ ଓପି କୋହଲିଙ୍କ ଦେହାନ୍ତ
ଗୁଜୁରାଟର ପୂର୍ବତନ ରାଜ୍ୟାପାଳ ଓପି କୋହଲିଙ୍କ ଦେହାନ୍ତ

ନୂଆଦିଲ୍ଲୀ:ଗୁଜରାଟର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ଓପି କୋହଲିଙ୍କ ଦେହାନ୍ତ ହୋଇଛି । ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଗତ ଦୁଇରୁ ତିନି ମାସ ଧରି ସେ ଅସୁସ୍ଥ ଥିବାବେଳେ ସୋମବାର ନୋଏଡା ସ୍ଥିତ ଏକ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । ଆଜି ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ଓପି କୋହଲିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଟ୍ବିଟ କରିଛନ୍ତି, ଓପି କୋହଲିଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଦିଲ୍ଲୀରେ ଆମ ପାର୍ଟିକୁ ମଜବୁତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସାଂସଦ ତଥା ରାଜ୍ୟପାଳ ଭାବରେ ସେ ଜନକଲ୍ୟାଣ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ସେ ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ଅଧିକ ଆଗ୍ରହୀ ଥିଲେ । କୋହଲିଙ୍କ ଶୋକ ସନ୍ତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି ।

ଓପି କୋହଲି ବିଜେପି ଦଳରେ ଜଣେ ବହୁତ ଭଲ ନେତା ଥିଲେ । ତାଙ୍କ ନେତୃତ୍ବରେ ହଜାର ହଜାର ନେତା ଓ କର୍ମୀଙ୍କ ଦ୍ବାରା ଦଳ ସୁଦୃଢ ହୋଇପାରିଛି । କୋହଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ସ୍ବେଚ୍ଛାସେବୀ ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ଏବିଭିପି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସହିତ ବିଭିନ୍ନ ଦକ୍ଷତା ସହ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ପିତାଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

ଜାନୁଆରୀ 1991ରେ ଓପି କୋହଲି ରାଜନୀତିରେ ପ୍ରବେଶ କରି ଦିଲ୍ଲୀ ବିଜେପି ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ତିନି ଥର ସେ ଏହି ପଦରେ ରହିଥିବା ବେଳ ଦିଲ୍ଲୀ ତରଫରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ପଞ୍ଜାବ ଏବଂ ହରିୟାଣାର ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ । ସେ 2014 ରୁ 2019 ପର୍ଯ୍ୟନ୍ତ ଗୁଜୁରାଟର ରାଜ୍ୟପାଳ ଭାବରେ ଦାୟିତ୍ବ ତୁଲାଇ ଥିବା ଦିଲ୍ଲୀ ବିଜେପି ଏକ ବିବୃତ୍ତିରେ କହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ ଗତକାଲି ତାଙ୍କ ଦେହାନ୍ତ ହୋଇଥିବା ବେଳେ ଦିଲ୍ଲୀର ନିଗମ ବୋଧ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details