ଜୟପୁର : ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣା । ବୁଧବାର ପୂର୍ବାହ୍ନରେ ରାଜସ୍ଥାନର ସୁରୁଓ୍ବାଲରେ ତାଙ୍କ କାର ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ଆଝାରଙ୍କୁ କୌଣସି ଆଘାତ ଲାଗିନଥିବା ତାଙ୍କ ସହଯୋଗୀଙ୍କ ଠାରୁ ସୂଚନା ମିଳିଛି । ଦୁର୍ଘଟଣାରେ ତାଙ୍କ କାରଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି କାରରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବାବେଳେ ଉକ୍ତ କାରରେ ମହମ୍ମଦ ଆଝାରୁଦ୍ଦିନ ଥିବା କଥା ଜଣାପଡିଥିଲା । ପରେ ଆଝାରଙ୍କ ସମେତ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହୋଟେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ସ୍ଥାନୀୟ ସୁରୱାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାଗ୍ରସ୍ତ କାରକୁ ଘଟଣାସ୍ଥଳରୁ ହଟାଇ ଦେଇଛି ।