ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନରେ ଟିକେଟ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ପିସି ଚାକୋ ଆରମ୍ଭ କରିଛନ୍ତି ନୂଆ ଇନିଙ୍ଗ୍ସ । ପିସି ଚାକୋ ଏନସିପିରେ ହୋଇଛନ୍ତି ସାମିଲ । ମଙ୍ଗଳବାର ସଂଧ୍ୟାରେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ଚାକୋ ।
ଏନସିପିରେ ସାମିଲ ହେବା ପରେ ଗଣମାଧ୍ୟମ ସହିତ ଆଲୋଚନା କରି କଂଗ୍ରେସ ନେତୃତ୍ବଙ୍କ ସମାଲୋଚନା କରିଛନ୍ତି ଚାକୋ । ପିସି ଚାକୋ କହିଛନ୍ତି, ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହୋଇ ଲଢିବାର ଆଜି ଆବଶ୍ୟକତା ରହିଛି । ମୁଁ କଂଗ୍ରେସରେ ଥିବାବେଳେ ଶରଦ ପାୱାରଙ୍କ ସହିତ କାମ କରିସାରିଛି । ହେଲେ ଦୁର୍ଭାଗ୍ୟର ବିଷୟ ଆଜି କଂଗ୍ରେସରେ ଏଭଳି ନେତୃତ୍ବର ଅଭାବ ରହିଛି ।