ଓଡିଶା

odisha

ETV Bharat / bharat

ଆଜି କଲ୍ୟାଣ ସିଂହଙ୍କ ହେବ ଅନ୍ତିମ ସଂସ୍କାର; ସାମିଲ ହେବେ ବିଜେପି ଦିଗଜ - Former cm kalyan singh

ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଫାୟାରବ୍ରାଣ୍ଡ ବିଜେପି ନେତା କଲ୍ୟାଣ ସିଂଙ୍କ ଆଜି ହେବ ଅନ୍ତିମ ସଂସ୍କାର । ଅପରାହ୍ନ ୨ଟାରେ ନରୌରା ସ୍ଥିତ ଗଙ୍ଗାଘାଟରେ ସମ୍ପନ୍ନ ହେବ ଶେଷକୃତ୍ୟ । ଅଧିକ ପଢନ୍ତୁ...

Former cm kalyan singh
Former cm kalyan singh

By

Published : Aug 23, 2021, 7:51 AM IST

Updated : Aug 23, 2021, 8:23 AM IST

ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଫାୟାରବ୍ରାଣ୍ଡ ବିଜେପି ନେତା କଲ୍ୟାଣ ସିଂଙ୍କ ଆଜି ହେବ ଅନ୍ତିମ ସଂସ୍କାର । ଅପରାହ୍ନ ୨ଟାରେ ନରୌରା ସ୍ଥିତ ଗଙ୍ଗାଘାଟରେ ସମ୍ପନ୍ନ ହେବ ଶେଷକୃତ୍ୟ । କଲ୍ୟାଣ ସିଂଙ୍କ ପାର୍ଥିବ ଶରୀର ଆଜି ସକାଳୁ ତାଙ୍କ ଜନ୍ମମାଟି ମଢୋଲୀରେ ପହଞ୍ଚିଛି । ପରେ ଅପରାହ୍ନ ୨ ଟାରେ ନରୋରା ଅଭିମୁଖେ ଅନ୍ତିମ ଯାତ୍ରାରେ ନିଆଯିବ କଲ୍ୟାଣ ସିଂଙ୍କୁ । କଲ୍ୟାଣ ସିଂଙ୍କ ଅନ୍ତିମ ଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି, ମଧ୍ୟ ପ୍ରଦେଶ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ହେଭିୱେଟ ନେତା ସାମିଲ ହେବେ ।

କଲ୍ୟାଣ ସିଂଙ୍କ ଦେହାନ୍ତ ଗତ ଶନିବାର ରାତି ୯ ଟାରେ ୮୯ ବର୍ଷ ବୟସରେ ହୋଇଥିଲା ଦୀର୍ଘଦିନର ଅସୁସ୍ଥତା ପରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ୟୁପିରେ ୩ ଦିନିଆ ଶୋକ ପାଳନ ଘୋଷଣା କରାଯାଇଥିଲା । ଯେଉଁଥିରେ ୨ ଦିନ ଥିଲା ରାଜକୀୟ ଶୋକ ଓ ଗୋଟିଏ ଦିନ ସାର୍ବଜନୀନ ଶୋକ । ଫଳରେ ଆଜି ରାଜ୍ୟର ସମସ୍ତ ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

କଲ୍ୟାଣ ସିଂ ଭାରତୀୟ ଜନତା ପାର୍ଟିର ଥିଲେ ଜଣେ ବରିଷ୍ଠ ଓ ଚର୍ଚ୍ଚିତ ରାଜନେତା । କଠୋର ହିନ୍ଦୁତ୍ବବାଦୀ ନେତା । ଧର୍ମ ପାଇଁ ସେ କ୍ଷମତାକୁ ମଧ୍ୟ ତୁଚ୍ଛ କରିଥିଲେ । ନିଜ ରାଜନୈତିକ ଜୀବନରେ ମୁଖ୍ୟମନ୍ତ୍ରୀ, ବିଧାୟକ ସାଂସଦଓ ରାଜ୍ୟପାଳ ହୋଇଥିଲେ କଲ୍ୟାଣ ସିଂ । କଲ୍ୟାଣ ସିଂଙ୍କ ଶେଷଯାତ୍ରା ନେଇ ସମସ୍ତ ସୂଚନା ଦେଇଛନ୍ତି ପୁଅ ତଥା ବିଜେପି ସାଂସଦ ରାଜବୀର ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 23, 2021, 8:23 AM IST

ABOUT THE AUTHOR

...view details