ଡେରାଡୁନ: ସୋନିଆ ଓ ମାୟାବତୀଙ୍କ ପାଇଁ 'ଭାରତ ରତ୍ନ' ଦାବୀ କଲେ କଂଗ୍ରେସ ନେତା ହରିଶ ରାୱତ । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ପାଇଁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ଉପାଧି ଦାବି କରିଛନ୍ତି ।
ସୋନିଆ ଓ ମାୟାବତୀଙ୍କୁ 'ଭାରତ ରତ୍ନ' ପାଇଁ କଂଗ୍ରେସ ନେତାଙ୍କ ଦାବି - ସୋନିଆ ଓ ମାୟାବତୀଙ୍କୁ 'ଭାରତ ରତ୍ନ' ଦାବୀ କଲେ କଂଗ୍ରେସ ନେତା ହରିଶ ରାୱତ
ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ସୋନିଆ ଗାନ୍ଧୀ ଓ ମାୟାବତୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ 'ଭାରତ ରତ୍ନ' ଦେବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...
ସୋନିଆ ଗାନ୍ଧୀ ଭାରତୀୟ ମହିଳା ମାନଙ୍କର ସାମାଜିକ ଓ ଜନସେବା କ୍ଷେତ୍ରରେ ଏକ ନୂଆ ଦିଶା ଦେଇଛନ୍ତି ବୋଲି ହରିଶ ରାୱତ କହିଛନ୍ତି । ଏହି ମାପ ଦଣ୍ଡକୁ ନେଇ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ହରିଶ ରାୱତ ଟ୍ବିଟ କରି ଲେଖିଛନ୍ତି ଯେ ଆଦରଣୀୟ ସୋନିଆ ଗାନ୍ଧୀ ଓ ସମ୍ମାନୀୟ ଭଉଣୀ ସୁଶ୍ରୀ ମାୟାବତୀ ଉଭୟ ଭାରତୀୟ ରାଜନୀତି କ୍ଷେତ୍ରରେ ନିଜସ୍ବ ପରିଚୟ ସୃଷ୍ଟି କରିଛନ୍ତି । ଆପଣ ତାଙ୍କ ରାଜନୈତିକ କ୍ଷେତ୍ରରେ ସହମତ କିମ୍ବା ଅସହମତ ହୋଇପାରନ୍ତି କିନ୍ତୁ ସୋନିଆ ଗାନ୍ଧୀ ଭାରତୀୟ ମହିଳା ମାନଙ୍କର ସାମାଜିକ ଓ ଜନସେବା କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଦେଇଛନ୍ତି ବୋଲି ହରିଶ ରାୱତ କହିଛନ୍ତି ।
ସେମାନଙ୍କୁ ଭାରତର ନାରୀତ୍ବ ଓ ଗୌରବଶାଳୀ ସ୍ବରୁପ କୁହାଯାଏ । ସେହିପରି ମାୟାବତୀ ବର୍ଷ ବର୍ଷ ଧରି ସମାଜର ପୀଡିତ ଶୋଷିତ ବଞ୍ଚିତ ଲୋକଙ୍କ ମନରେ ଏକ ଅଦଭୁତ ବିଶ୍ବାସ ଜନ୍ମାଇଛନ୍ତି ବୋଲି ସେ କହିଛନ୍ତି । ଏହି ସମସ୍ତ କାର୍ଯ୍ୟକୁ ବିଚାର କରି ଭାରତ ସରକାର ସେମାନଙ୍କୁ ଭାରତ ରତ୍ନ ପ୍ରଦାନ କରୁ ବୋଲି କହିଛନ୍ତି ।