ଓଡିଶା

odisha

ETV Bharat / bharat

ଲାକ୍ଷାଦ୍ବୀପର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ ସରକାରୀ କର୍ମଚାରୀଙ୍କ ଚିଠି - ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଶନିବାର 93ଜଣ ପୂର୍ବତନ ସରକାରୀ କର୍ମଚାରୀ ଲାକ୍ଷାଦ୍ବୀପ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

୍ି
ପ୍ରଧାନମନ୍ତ୍ରୀଙ୍କୁ ଚିଠି

By

Published : Jun 6, 2021, 10:27 AM IST

ନୂଆଦିଲ୍ଲୀ:କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି । ଶନିବାର 93ଜଣ ପୂର୍ବତନ ସରକାରୀ କର୍ମଚାରୀ ଲାକ୍ଷାଦ୍ବୀପ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ନିରାପଦ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଶାସନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇ ଏକ ଉପଯୁକ୍ତ ବିକାଶ ମଡେଲ ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଭୌଗଳିକ ଓ ସାଂସ୍କୃତିକ ବିବଧତା ଭିତରେ ସମଗ୍ର ଭାରତବର୍ଷରେ ଲାକ୍ଷାଦ୍ବୀପରେ ଅନେକ ଅନନ୍ୟ ସ୍ଥାନ ରହିଛି । ଏହାର ବିକାଶ ହେବା ନିହାତି ଆବଶ୍ୟକ । ତେଣୁ ପ୍ରଧାନମନ୍ତ୍ରୀ ଏ ଦିଗରେ ଧ୍ୟାନ ଦେବାକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଦଳ ।

ବିଗତ 70ବର୍ଷ ଭିତରେ ଲାକ୍ଷାଦ୍ବୀପର କୌଣସି ଉନ୍ନତି ହୋଇନାହିଁ ବୋଲି ଚିଠିରେ ଦାବି ହୋଇଛି । ଲାକ୍ଷାଦ୍ବୀପରେ ବିଶୃଙ୍ଖଳିତ ବିକାଶ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଦଳ । ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିର ଏକ ନକଲ କେନ୍ଦ୍ର ଗୃହମନତ୍ରୀ ଅମିତ ଶାହା ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଦିଆଯାଇଛି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details