ଜୟପୁର:ରାଜସ୍ଥାନ ଗସ୍ତରେ ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ । ଗୁରୁବାର ସେ ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି । ଏହି ଅବସରରେ ପ୍ରସିଦ୍ଧ ଆମେର ମହଲ ଜୟଗଡ଼ ଦୁର୍ଗ, ଜଳ ମହଲ ଆଦି ବୁଲି ଦେଖିଛନ୍ତି । ଏହି ଅବସରରେ ସେଠାରେ ବୁଲୁଥିବା ଅନ୍ୟ ପର୍ଯ୍ୟଟକ ଜନ୍ସନ୍ଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା ।
ଜୟପୁରରେ ପହଞ୍ଚିବା ପରେ ପ୍ରଥମେ ବିଶ୍ବ ପ୍ରସିଦ୍ଧ ଆମେର ମହଲ ବୁଲି ଦେଖିଲେ ଜନ୍ସନ୍ । ଏଠାରେ ଦିୱାନ୍-ଏ-ଆମ୍, ଦିୱାନ୍-ଏ-ଖାସ୍, ଗଣେଶ ପୋଲ୍, ଶଶି ପଲ୍, ଶିଶା ମହଲ ମାନସିଂହ ମହଲ ସମେତ ଅନ୍ୟ ସ୍ଥାନ ବୁଲି ଏହାର ଲୁପ୍ତ ଉଠାଇଥିଲେ । ଏଠାରେ ଆମେର ମହଲର ପ୍ରଶଂସା କରିଥିଲେ ବୋରିଶ ଜନ୍ସନ୍ ।