ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତ ଛାଡିଥିବା ନେତା ଓ କେତେକ ମନ୍ତ୍ରୀ ଆଜି(ଶୁକ୍ରବାର) ଅଖିଳେଶ ଯାଦବଙ୍କ ହାତ ଧରିଛନ୍ତି ।
ସୂଚନା ଅନୁଯାୟୀ, ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧରମ ସିଂହ ସାଇନି ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି(Former BJP Ministers Joined Samajwadi Party) । ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସମାଜବାଦୀ ପାର୍ଟିରେ ମିଶିଥିବା ଜଣାପଡିଛି । ସେହିପରି ଏହି ମିଶ୍ରଣ ପର୍ବରେ ବିଜେପିର ପୂର୍ବତନ ବିଧାୟକ ଭଗବତୀ ସାଗର, ବିନୟ ସାକ୍ୟ, ମୁକେଶ ବର୍ମା ଏବଂ ରୋଶନ ଲାଲ ବର୍ମା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।