ପାଟନା: ପୁଣି ଚର୍ଚ୍ଚାରେ ପୂର୍ବତନ ବିହାର ଡିଜିପି ତଥା ଜେଡିୟୁ ନେତା ଗୁପ୍ତେଶ୍ବର ପାଣ୍ଡେ । ପୂର୍ବରୁ ବିହାରରେ ଡିଜିପି ଥିବାବେଳେ ନିଜର କାର୍ଯ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ପୁଣି ଥରେ ଏଥର ଏକ ନୂଆ ଅନ୍ଦାଜକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ପୂର୍ବତନ ପୋଲିସ ଅଧିକାରୀ । ଏଥର ସେ ନିଜର ଧାର୍ମିକ ଭାବନାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।
ବିହାରର ବହୁଚର୍ଚ୍ଚିତ ପୋଲିସ ଅଧିକାରୀ ଗୁପ୍ତେଶ୍ବର ପାଣ୍ଡେ ସବୁବେଳେ ଲୋକଙ୍କ ନଜରରେ ରହିଥାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି । ଅଚାନକ ସେ ଧାର୍ମିକ ନଗରୀ ଅଯୋଧ୍ୟାରେ ଦେଖା ଦେଇଥିଲେ ଏବଂ ଗେରୁଆ ବସ୍ତ୍ର ପରିଧାନ କରି ଭଗବାନ ପ୍ରତି ନିଜର ସମର୍ପଣଭାବ ପ୍ରଦର୍ଶନ କରିଛନ୍ତି । ଯେତେବେଳ ତମେ ଜୀବନର ଉଦ୍ଦେଶ୍ୟକୁ ଜାଣିବାକୁ ଚାହୁଁଛ ସେତିକି ବେଳେ ଭଗବାନଙ୍କ ବିଷୟରେ ଜାଣିବାକୁ ଚାହୁଁଛୁ । ଏହା ମୋର କୌଣସି ଅଚାନକ ପରିବର୍ତ୍ତନ ନୁହେଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ତାଙ୍କର ଭଗବାନଙ୍କ ପ୍ରତି ଭାବନାକୁ ଦେଖି ଲୋକେ ମଧ୍ୟ ଏହି ପୂର୍ବତନ ଡିଜିପିଙ୍କ ଆନ୍ଦାଜକୁ ପସନ୍ଦ କରିଛନ୍ତି । ସେ ବିହାରରେ ରବିନ ହୁଡ ପାଣ୍ଡେ ଭାବରେ ମଧ୍ୟ ବେଶ ପରିଚିତ ।