କୋଲକାତା: ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତିନୋଟି ଶ୍ରେଣୀରେ ପଦ୍ମବିଭୂଷଣ, ପଦ୍ମଭୂଷଣ, ଏବଂ ପଦ୍ମଶ୍ରୀ ବର୍ଗରେ ମୋଟ ୧୨୮ ଜଣଙ୍କୁ ସମ୍ମାନିତ କରାଯିବା ପାଇଁ ମନୋନିତ କରାଯାଇଛି । ଏହି ତାଲିକାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ସାମିଲ ହୋଇଥିବା ବେଳେ ସେ କିନ୍ତୁ ଏହି ପୁରସ୍କାରକୁ ପ୍ରତ୍ୟାଖାନ କରିଛନ୍ତି ।
ପଦ୍ମଭୂଷଣ ସମ୍ମାନ ପ୍ରତ୍ୟାଖ୍ୟାନ କଲେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ - ପଦ୍ମଭୂଷଣ ସମ୍ମାନ
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଅଧିକ ପଢନ୍ତୁ
ପଦ୍ମଭୂଷଣ ସମ୍ମାନ ପ୍ରତ୍ୟାଖ୍ୟାନ କଲେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ
ଏକ ବୟାନରେ ସେ କହିଛନ୍ତି, ମୁଁ ପଦ୍ମ ଭୂଷଣ ପୁରସ୍କାର ବାବଦରେ ଜାଣିନାହିଁ, କେହି ମୋତେ ଏ ବିଷୟରେ ଜଣାଇ ନାହାନ୍ତି । ଯଦି ମୋତେ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ, ତେବେ ଏହାକୁ ମୁଁ ଗ୍ରହଣ କରିବି ନାହିଁ । ବୁଦ୍ଧଦେବଙ୍କ ଏପରି ନିଷ୍ପତ୍ତିରେ ସିପିଆଇ ପାର୍ଟି ମଧ୍ୟ ସହମତ ଥିବା ଜଣାଯାଇଛି ।
ତେବେ ବୁଦ୍ଧଦେବଙ୍କ ଏଭଳି ଆଭିମୁଖ୍ୟ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୭୭ ବର୍ଷୀୟ ବୁଦ୍ଧଦେବ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟବସ୍ଥା ହେତୁ ଶଯ୍ୟାସାୟୀ ଅଛନ୍ତି ।