ଗୌହାଟୀ: ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଭୁମିଧର ବର୍ମନ । ଆଜି (ରବିବାର) ସଂନ୍ଧ୍ୟା ପ୍ରାୟ 6.20 ରେ ଚିକିତ୍ସାଧିନ ଅବସ୍ଥାରେ ଗୌହାଟୀର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ହୋଇଥିଲା । ବାର୍ଧ୍ୟକ୍ୟ ଜନିତ ଅସୁସ୍ଥତା ପାଇଁ ଦୀର୍ଘ ଦିନ ହେବ ଗୌହାଟୀର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତେବେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁମିଧର ବର୍ମନ - ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁମିଧର ବର୍ମନ
ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଭୁମିଧର ବର୍ମନ । ଅଧିକ ପଢନ୍ତୁ....
1971ରେ ଆସାମର ନଳବାରୀରେ ଜନ୍ମଗ୍ରହଣ କରିଥିଲେ ଭୁମିନ୍ଦର । ଆସାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ରାଜନେତା ଭାବେ ତାଙ୍କର ଖ୍ୟାତି ଅର୍ଜନ କରିଥିଲେ । ସେ ଆସାମ ବିଧାନସଭାକୁ 7 ଥର ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ମୃତ୍ୟୁରେ ଆସାମରେ ଶୋକର ଛାୟା ଖେଳିଯାଇଛି । ବହୁ ବଶିଷ୍ଟ ବ୍ଯକ୍ତି ତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ଭୁମିଦରଙ୍କ ଦେହାନ୍ତରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ପ୍ରମୁଖ ଟ୍ବିଟ କରି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ଶଦଗତି କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ