ଓଡିଶା

odisha

ETV Bharat / bharat

ଜଙ୍ଗଲ ଛାଡ଼ି ଗାଁ ମୁହାଁ 80 କଲରାପତରିଆ ! ସତର୍କ କରାଇଲା ବନ ବିଭାଗ

ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି କଲରାପତରିଆ ବାଘ । ଉତ୍ତରାଖଣ୍ଡରେ ଜଙ୍ଗଲ ଏବଂ ଗାଁ ଗହଳିମାନଙ୍କରେ ବୁଲୁଛନ୍ତି ପ୍ରାୟ ୮୦ରୁ ଅଧିକ କଲରାପତରିଆ । ୧୬ ବର୍ଷ ଭିତରେ ୧୦୮ଟି କଲରାପତରିଆ ବାଘଙ୍କୁ ଧରିବା ଏବଂ ମାରିବା ପାଇଁ ଉତ୍ତରାଖଣ୍ଡ ବନ ବିଭାଗ ତରଫରୁ ମିଳିଛି ଅନୁମତି । ଅଧିକ ପଢ଼ନ୍ତୁ

ଗାଁ ମୁହାଁ  କଲରାପତରିଆ ବାଘ
ଗାଁ ମୁହାଁ କଲରାପତରିଆ ବାଘ

By

Published : Aug 6, 2023, 10:04 PM IST

ଡେରାଡୁନ: ଦିନକୁ ଦିନ କଲରାପତରିଆ ବାଘ ଆକ୍ରମଣର ଭୟ ବଢିବାରେ ଲାଗିଛି । ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ବାଘ, ଯାହାକୁ ନେଇ ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି । ତେବେ ଏହାକୁ ନେଇ ଲୋକଙ୍କୁ ସତର୍କ କରାଇବା ସହ ଆକ୍ରମଣରୁ ବର୍ତ୍ତିବା ପାଇଁ କଲରାପତରିଆ ବାଘଙ୍କୁ ମାରିବା କିମ୍ବା ପାଇଁ ନିର୍ଦ୍ଦେଶ ଦେଇଛି ବନ ବିଭାଗ ।

ଉତ୍ତରାଖଣ୍ଡରେ କଲରାପତରିଆ ବାଘ ଆକ୍ରମଣରେ ଲୋକମାନଙ୍କର ମୃତ୍ୟୁ ହେବା ସହ ଆହତ ହେବାର ଖବର ବାରମ୍ବାର ସାମ୍ନାକୁ ଆସୁଛି । ବର୍ତ୍ତମାନ ରାଜ୍ୟରେ ସବୁଠାରୁ ବଡ଼ ବିପଦ ପାଲଟିଛି କଲରାପତରିଆ । ଦିନକୁ ଦିନ କଲରାପତରିଆ ବାଘ ସଂଖ୍ୟା ବଢ଼ିବା ସହ ଏମାନେ ଗାଁ ଗହଳିଆଡ଼କୁ ଚାଲି ଆସୁଛନ୍ତି, ଯାହା ଲୋକମାନଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିବା ସହ ଚିନ୍ତାର ବିଷୟ ପାଲଟିଛି । ବେଳେବେଳେ ସ୍ଥାନୀୟ ବାସିନ୍ଦା ମଧ୍ୟ ବାଘ ଆକ୍ରମଣର ଶିକାର ହେଉଛନ୍ତି । ତେଣୁ କଲରାପତରିଆ ବାଘକୁ ଧରିବା କିମ୍ବା ମାରିବା ପାଇଁ ମଧ୍ୟ ଉତ୍ତରାଖଣ୍ଡର ବନବିଭାଗ ଆଦେଶ ଦେଇଥାଏ । ତେବେ ବର୍ତ୍ତମାନ ଉତ୍ତରାଖଣ୍ଡରେ ପ୍ରାୟ ୮୦ରୁ ଅଧିକ କଲରାପତରିଆ ବାଘ ଜଙ୍ଗଲ ଏବଂ ଗାଁ ଗହଳିମାନଙ୍କରେ ବୁଲୁଛନ୍ତି, ଯାହା ଲୋକମାନଙ୍କ ପାଇଁ ବିପଦ ବୋଲି ବନବିଭାଗ ଘୋଷଣା କରିଛି ।

ତେବେ କଲରାପତରିଆ ବାଘ ଲୋକମାନଙ୍କ ପାଇଁ ବିପଦ ବୋଲି ଘୋଷଣା କରି ସେମାନଙ୍କୁ ଧରିବା କିମ୍ବା ମାରିବା ପାଇଁ ଆଦେଶ ଦିଆଯାଇଛି । କିନ୍ତୁ ଦିନକୁ ଦିନ କଲରାପତରିଆ ବାଘଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି, ତେଣୁ ସଂଖ୍ୟାଧିକଙ୍କୁ ପିଞ୍ଜରାରେ କଏଦ କରି ରଖିବା ସମ୍ଭବ ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ...ଜନବସତି ମୁହାଁ କଲରାପତାରିଆ ବାଘ, ଗୁହାଳ ଘରୁ ଝାମ୍ପି ନେଲା ବାଛୁରୀ

ତଥ୍ୟ ଅନୁସାରେ ଗତ ୧୬ ବର୍ଷ ଭିତରେ ୧୦୮ଟି କଲରାପତରିଆ ବାଘଙ୍କୁ ଧରିବା କିମ୍ବା ମାରିବା ପାଇଁ ଉତ୍ତରାଖଣ୍ଡ ବନ ବିଭାଗ ତରଫରୁ ଅନୁମତି ଦିଆଯାଇଛି । ଏହାସହ ଏଭଳି ଭୟଙ୍କର ବନ୍ୟଜୀବମାନଙ୍କୁ କଏଦ କରି ରଖିବା ମଧ୍ୟ ବଡ଼ ସମସ୍ୟା। ସେହିଭଳି କଲରାପତରିଆ ବାଘଗୁଡିକୁ ସଂରକ୍ଷଣ କରି ରଖିବା ପାଇଁ ପ୍ରଯ୍ୟାପ୍ତ ପରିମାଣର ରେସ୍କ୍ୟୁ ସେଣ୍ଟର ମଧ୍ୟ ନାହିଁ । ଯଦି ବନ ବିଭାଗ କଲରାପତରିଆ ବାଘଗୁଡ଼ିକୁ ଧରୁଛନ୍ତି ତେବେ ସାମାନଙ୍କୁ କଏଦ କରି ରଖିବା ପାଇଁ ଜାଗା ମଧ୍ୟ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କୁ ଘାରିଛି ବାଘ ଭୟ, ଘରୁ ବାହାରୁ ନାହାନ୍ତି ଗ୍ରାମବାସୀ

ଉତ୍ତରାଖଣ୍ଡରେ କରା ଯାଇଥିବା କଲରାପତରିଆ ବାଘ ଗଣନାର ତଥ୍ୟ ଅନୁସାରେ ବର୍ତ୍ତମାନ କଲରାପତରିଆ ବାଘଙ୍କ ସଂଖ୍ୟା ଅନେକ ପରିମାଣରେ ବଢ଼ିଛି । ଯାହା ଲୋକମାନଙ୍କ ପାଇଁ ଅତି ଭୟଙ୍କର ବୋଲି ବନ ବିଭାଗ କହିଛି । ଗତ କିଛି ଦିନ ଧରି କଲରାପତରିଆ ବାଘ ଆକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଅନେକ ଥର କଲରାପତରିଆ ବାଘ ଗୁଡିକ ଗାଁ ଗହଳିର ଆଖ ପାଖରେ ବୁଲିବା ସହ ଗାଁ ଭିତରକୁ ମଧ୍ୟ ପସି ଯାଉଥିବାର ଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକମାନେ ଅଧିକ ଭୟଭୀତ ରହିଛନ୍ତି ।

ଉତ୍ତରାଖଣ୍ଡ ବନ ବିଭାଗର ମୁଖ୍ୟ ବନ୍ୟପ୍ରାଣୀ ଓ୍ବାଡେନ ଡକ୍ଟର ସମୀର ସିହ୍ନା ଦେଇଥିବା ସୂଚନା ଅନୁସାରେ କଲରାପତରିଆ ବାଘର ଆକ୍ରମଣ ଯୋଗୁଁ ବେଳେ ବେଳେ ସେମାନଙ୍କୁ ମାରିବା ପାଇଁ ବି ଆଦେଶ ଦିଆଯାଇଥାଏ । ତେବେ ଏଭଳି ଅନେକ ସମୟରେ ମଧ୍ୟ କଲରାପତରିଆ ବାଘଗୁଡିକୁ ଧରାଯାଇ ସେମାନଙ୍କୁ ରେସ୍କ୍ୟୁ ସେଣ୍ଟରକୁ ପଠାଯାଇଛି । ସେହିପରି ସିସିଏଫ୍‌ ଇଣ୍ଟେଲିଜେନ୍ସ ନିଶାନ୍ତ ବର୍ମା କହିଛନ୍ତି ଯେ, ରାଜ୍ୟରେ ଅନେକ ରେସ୍କ୍ୟୁ ସେଣ୍ଟର ଅଛି, କିନ୍ତୁ ଏହି ରେସ୍କ୍ୟୁ ସେଣ୍ଟରରେ ଜାଗାର ଅଭାବ ଥିବାରୁ ନୁଆ ରେସ୍କ୍ୟୁ ସେଣ୍ଟର ତିଆରି କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details