ଓଡିଶା

odisha

ETV Bharat / bharat

ମାଳଦ୍ବୀପରେ ବୈଦେଶିକ ସଚିବ, ଅର୍ଥନୈତିକ ପୁନରୁଦ୍ଧାର ନେଇ ହେବ ଆଲୋଚନା - shringla maldives visit

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି(ସୋମବାର) ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ସେ କୋରୋନାର ସ୍ଥିତି ଏବଂ ସେଠାରେ ଥିବା ଶୀର୍ଷ ନେତାଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବେ। ଅଧିକ ପଢନ୍ତୁ...

ବୈଦେଶିକ ସଚିବ ଶ୍ରୀଙ୍ଗଲା
ବୈଦେଶିକ ସଚିବ ଶ୍ରୀଙ୍ଗଲା

By

Published : Nov 9, 2020, 1:08 PM IST

ନୂଆଦିଲ୍ଲୀ: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି(ସୋମବାର) ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ସେ କୋରୋନାର ସ୍ଥିତି ଏବଂ ସେଠାରେ ଥିବା ଶୀର୍ଷ ନେତାଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବେ। କୋଭିଡ ପରେ ମାଲଦ୍ବୀପରେ ଅର୍ଥନୈତିକ ପୁନରୁଦ୍ଧାରରେ ଭାରତୀୟ ସହାୟତା ଉପରେ ମଧ୍ୟ ଆଲୋଚନା କରାଯିବ।

ବୈଦେଶିକ ମନ୍ତ୍ରଣାଳୟ ଏକ ଟ୍ବିଟ୍ କରି କହିଛନ୍ତି ଯେ ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ସହଭାଗିତାକୁ ଆହୁରି ବଢାଇବା ପାଇଁ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମାଳଦ୍ବୀପରେ ପହଞ୍ଚିଛନ୍ତି। ସେ ମାଳଦ୍ବୀପ ସରକାର, ପ୍ରମୁଖ ମନ୍ତ୍ରୀ ଓ ସମାଜର ସମସ୍ତ ବର୍ଗର ନେତାଙ୍କ ସହ ଯୋଗାଯୋଗ କରିବେ ଏବଂ ଭାରତ-ମାଳଦ୍ବୀପ ସମ୍ପର୍କକୁ ମଜବୁତ କରିବେ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଶ୍ରୀଙ୍ଗଲା ମାଳଦ୍ବୀପ ଯିବେ ଏବଂ କୋଭିଡ-19 ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଉଚ୍ଚ ସ୍ତରୀୟ ବ୍ୟକ୍ତିଗତ ଆଲୋଚନା ହେବ। ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମାଳଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ସହ ସାକ୍ଷାତ କରିବେ ଏବଂ ସେ ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଅର୍ଥନୈତିକ ସଂସ୍କାର, ପର୍ଯ୍ୟଟନ ଏବଂ ଯୁବ ଓ କ୍ରୀଡା ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବେ।

ABOUT THE AUTHOR

...view details