ଓଡିଶା

odisha

By

Published : May 24, 2021, 7:17 AM IST

ETV Bharat / bharat

ଆଜିଠାରୁ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ଏସ.ଜୟଶଙ୍କର

ଆଜିଠାରୁ(ସୋମବାର) ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

ନୂଆଦିଲ୍ଲୀ: ଆଜିଠାରୁ(ସୋମବାର) ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଗସ୍ତରେ ଆମେରିକାର ବରିଷ୍ଠ ଅଧିକାରୀଙ୍କୁ ଭେଟିବା ସହିତ କୋରୋନା ସମୟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସହଭାଗିତା ବିଷୟରେ ଆଲୋଚନା କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଗସ୍ତରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ସେ କ୍ୟାବିନେଟ ସଦସ୍ୟ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟିବେ । ଭାରତ ଏବଂ ଆମେରିକା ମଧ୍ୟରେ ଅର୍ଥନୈତିକ ଏବଂ କୋଭିଡ ସମ୍ବନ୍ଧୀୟ ସହଯୋଗ ଉପରେ ବ୍ୟବସାୟ ଫୋରମ୍ ସମ୍ପର୍କରେ ଆଲୋଚନା କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ ଟିକା ଉତ୍ପାଦନରେ ଜଡିତ ଥିବା ଆମେରିକାର ବିଭିନ୍ନ ସଂସ୍ଥା ସହିତ ଭାରତର ଆଲୋଚନାରେ ଜାରି ରହିଛି । ଏହି ଟିକା କ୍ରୟ ଏବଂ ପରବର୍ତ୍ତୀ ସମୟରେ ଉତ୍ପାଦନ କରିବାକୁ ଯୋଜନା ରହିଛି । ଆମେରିକାର ନେତୃତ୍ୱ ତଥା ଅନ୍ୟ ହିତାଧିକାରୀଙ୍କ ସହିତ ଜୟଶଙ୍କରଙ୍କ ପାରସ୍ପରିକ ଆଲୋଚନାରେ ଟିକା କ୍ରୟ ପ୍ରସଙ୍ଗ ଏକ ପ୍ରମୁଖ ଏଜେଣ୍ଡା ହେବ ବୋଲି ଆଶା କରାଯାଉଛି ।

ଟିକାର ଆବଶ୍ୟକତା ଥିବା ଦେଶକୁ 80ମିଲିୟନ ଟିକା ଯୋଗାଇ ଦେବାକୁ ଆମେରିକା ପୂର୍ବରୁ ଘୋଷଣା କରିଛି । ଦ୍ୱିତୀୟ କୋଭିଡ ଲହରରେ ଭାରତ ଖରାପ ସ୍ଥିତି ଦେଇ ଗତି କରୁଛି । ଆମେରିକା ଭାରତରେ ଟିକା ଉତ୍ପାଦନ ପାଇଁ ଟିକା ବିକାଶକାରୀଙ୍କ ସହ ଚୁକ୍ତି କରିପାରେ । ନୂଆଦିଲ୍ଲୀର ସର୍ବାଧିକ ପ୍ରୟାସ ଭାରତରେ ଟିକା ଉତ୍ପାଦନକୁ ବୃଦ୍ଧି କରିବ । କୋରୋନା ମହାମାରୀରେ ଭାରତକୁ ସହାୟତା ଯୋଗାଇ ଦେବାରେ ଆମେରିକା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତକୁ ଅକ୍ସିଜେନ ପ୍ଲାଣ୍ଟ, କନସେଟ୍ରେଟର ସହିତ ରେମିଡେସିଭର ଔଷଧ ,କୋଭିସିଲ୍ଡ ଉତ୍ପାଦନ କରୁଥିବା ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଇଁ କଞ୍ଚାମାଲ ଯୋଗାଇ ଦେଇଛି ଆମେରିକା । ଯାହା ଭାରତକୁ ବେଶ ସହାୟକ ହୋଇଛି ।

ଏହା ସହିତ ବୈଦେଶିକ ମନ୍ତ୍ରୀ ନ୍ୟୁୟର୍କ ଜାତିସଂଘର ସାଧାରଣ ସଚିବ ଆଣ୍ଟୋନିଓ ଗୁଟରସଙ୍କୁ ଭେଟିବେ । ଏହା ପରେ ସେ ୱାଶିଂଟନ ଡିସିରେ ରାଜ୍ୟ ସଚିବ ଆଣ୍ଟାନୋମି ବ୍ଲିନକେନଙ୍କ ସହିତ ନିଜର ପ୍ରତିପକ୍ଷ ରଖି ଆଲୋଚନା କରିବେ । ବିଶ୍ବ ଟ୍ରେଡ ସଂଘଠନ ବୈଠକରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟକାରଙ୍କ ସମ୍ମୁଖରେ ଟିକା ନେଇ ଦାବି ଉପସ୍ଥାପନ କରିଥିଲା ଯାହାକୁ ଆମେରିକା ମଧ୍ୟ ସମର୍ଥନ କରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details