ଓଡିଶା

odisha

ETV Bharat / bharat

ମହୁମାଛି ଆକ୍ରମଣରେ ଆଖି ବୁଜିଲେ 2 ଘୋଡା, କୋଟି କୋଟି ଟଙ୍କାର କ୍ଷତି ସହିବେ ମାଲିକ - ମହୁମାଛି ଆକ୍ରମଣରେ ଦୁଇ ଘୋଡା ମୃତ

ମହୁମାଛି ଆକ୍ରମଣରେ କର୍ଣ୍ଣାଟକରେ ଦୁଇ ଘୋଡା ମୃତ (horses died by bees attack)। ବିଦେଶରୁ ହୋଇଥିଲେ ଆମଦାନୀ ।

ମହୁମାଛି ଆକ୍ରମଣରେ ଦୁଇ ଘୋଡା ମୃତ
ମହୁମାଛି ଆକ୍ରମଣରେ ଦୁଇ ଘୋଡା ମୃତ

By

Published : Jan 8, 2023, 9:44 AM IST

ହାଇଦ୍ରାବାଦ: ମହୁମାଛି ଆକ୍ରମଣରେ ପ୍ରାଣ ହରାଇଲେ ବିଦେଶରୁ ଆମଦାନୀ ହୋଇଥିବା ଦୁଇ ଘୋଡା । କର୍ଣ୍ଣାଟକର ଟୁମୁକୁରୁ ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି (horses died by bees attack)। ସ୍ଥାନୀୟ ଏକ ଫାର୍ମରେ ମହୁମାଛି ଆକ୍ରମଣରେ ଆୟର୍ଲାଣ୍ଡ ଏବଂ ଆମେରିକାରୁ ଅଣାଯାଇଥିବା ଦୁଇ ପୁରୁଷ ଘୋଡାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିଦେଶରୁ ଦାମି ଘୋଡା ଆମଦାନୀ କରିଥିବା ମାଲିକଙ୍କୁ ଏବେ କୋଟିଏରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଥିବା ଚର୍ଚ୍ଚା ହେଉଛି ।

ବୁଧବାର ଏହି ଦୁଇ ଘୋଡାଙ୍କୁ ନିୟମିତ ଚରାଇବାକୁ ନେଇଥିଲେ ଘୋଡାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀ । କିନ୍ତୁ ସମୟ ପ୍ରାୟ ଅପରାହ୍ନ 1ଟା ପାଖାପାଖି ସମୟରେ ହଠାତ୍ ହଜାର ହଜାର ମହୁମାଛି ଉଭୟ ଘୋଡାଙ୍କୁ ଆକ୍ରମଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରେ ଦୁଇ ଘୋଡା ଚିତ୍କାର କରିବା ସହ ତଳେ ପଡିଯାଇଥିଲେ (horses died by bees attack)। ଏହା ଦେଖି କର୍ମଚାରୀମାନେ ତୁରନ୍ତ ପ୍ରାଣୀ ଡାକ୍ତରଙ୍କୁ ଡକାଇଥିଲେ । ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘୋଡା ଦୁହିଁଙ୍କୁ ଚିକିତ୍ସା କରିଥିଲେ ସୁଦ୍ଧା ସେମାନଙ୍କ ମୃତ୍ୟୁ ହୋଇଥିଲା । ଏହାଦ୍ୱାରା ସମ୍ପୃକ୍ତ ମାଲିକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଥିବା ଚର୍ଚ୍ଚା ହେଉଛି ।

ମହୁମାଛି ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହୋଇଥିବା ମାମଲା ଏକାଧିକ ଥର ସାମ୍ନାକୁ ଆସିଛି । ତେବେ ମହୁମାଛି ଆକ୍ରମଣରେ ଘୋଡାର ମୃତ୍ୟୁ ହେବା ପ୍ରଥମ ଘଟଣା ବୋଲି କୁହାଯାଇଛି । ମହୁମାଛି ସଂଘବଦ୍ଧ ଭାବେ ଆକ୍ରମଣ କରିଥାନ୍ତି । ମହୁମାଛିଙ୍କ ଆକ୍ରମଣ ମଧ୍ୟ ବେଶ ଯନ୍ତ୍ରଣା ଦାୟକ ହୋଇଥାଏ । ହଜାର ହଜାର ମହୁମାଛି ଆକ୍ରମଣରେ ପ୍ରବଳ ଯନ୍ତ୍ରଣାରେ ମୃତ୍ୟୁ ହୋଇଥାଏ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details