ଓଡିଶା

odisha

ଆର୍ମି ଡେ ପରେଡରେ ପ୍ରଦର୍ଶିତ ହେଲା ଡ୍ରୋନ ଆଟାକ ଦୃଶ୍ୟ

By

Published : Jan 15, 2021, 3:33 PM IST

ସେନା ଦିବସ ରାଜଧାନୀ ଦିଲ୍ଲୀରେ ହୋଇଛି ଆର୍ମି ଡେ ପରେଡ । ପ୍ରଥମ ଥର ପାଇଁ ଆକାଶରେ ଡ୍ରୋନ ଆକ୍ରମଣର ଦୃଶ୍ୟକୁ ପ୍ରଦର୍ଶିତ କରିଛି ଭାରତୀୟ ସେନା । ଅଧିକ ପଢନ୍ତୁ...

ପ୍ରଥମ ଥର ଆର୍ମି ଡେ ପରେଡରେ ପ୍ରଦର୍ଶିତ ହେଲା ଡ୍ରୋନ ଆଟାକ ଦୃଶ୍ୟ
ପ୍ରଥମ ଥର ଆର୍ମି ଡେ ପରେଡରେ ପ୍ରଦର୍ଶିତ ହେଲା ଡ୍ରୋନ ଆଟାକ ଦୃଶ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନାର ବୀରତ୍ବକୁ ସମ୍ମାନ ଜଣାଇ ପାଳନ ହେଉଛି ସେନା ଦିବସ । ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ହୋଇଛି ଆର୍ମି ଡେ ପରେଡ । ସେନା ଦିବସ ପରେଡରେ ପ୍ରଥମ ଥର ପାଇଁ ଆକାଶରେ ଡ୍ରୋନ ଆକ୍ରମଣର ଦୃଶ୍ୟକୁ ପ୍ରଦର୍ଶିତ କରିଛି ଭାରତୀୟ ସେନା ।

ପ୍ରଥମ ଥର ଆର୍ମି ଡେ ପରେଡରେ ପ୍ରଦର୍ଶିତ ହେଲା ଡ୍ରୋନ ଆଟାକ ଦୃଶ୍ୟ

ପରେଡରେ କିଭଳି ଭାବରେ ଡ୍ରୋନ ବିନା କୌଣସି ମାନବୀୟ ହସ୍ତକ୍ଷେପରେ ଶତ୍ରୁ ଆଡ୍ଡାକୁ ଟାର୍ଗେଟ କରିପାରିବ ଏହା ପ୍ରଦର୍ଶିତ ହୋଇଛି । ଅନେକ ଡ୍ରୋନ ମିଶି ଗୋଟିଏ ମିଶନକୁ ପୁରା କରିବାର ଏହି ସିଷ୍ଟମକୁ ଡ୍ରୋନ ସ୍ବାର୍ମିଂ କୁହାଯାଏ । ଏହି ନୂଆ ଟେକ୍ନୋଲୋଜୀ ଭବିଷ୍ୟତରେ ଯୁଦ୍ଧର ସମ୍ପୂର୍ଣ୍ଣ ଦୃଶ୍ୟପଟକୁ ବଦଳାଇବାର କ୍ଷମତା ରଖେ ।

ଆର୍ମି ଡେ ପରେଡର ସମୟରେ ଅନେକ ଡ୍ରୋନ ମିଶି ଶତ୍ରୃ ଟ୍ୟାଙ୍କ୍‌, ଆତଙ୍କବାଦୀ କ୍ୟାମ୍ପ ସମେତ ଅନେକ ସ୍ଥାନକୁ ଟାର୍ଗେଟ କିଭଳି ଟାର୍ଗେଟ କରାଯିବ ତାହା ପ୍ରଦର୍ଶିତ ହୋଇଛି । ଏଥିରେ 75ଟି ଡ୍ରୋନ ସାମିଲ ଥିଲେ ।

ସେହିପରି ଏହି ପରେଡରେ ବିଭିନ୍ନ ପ୍ରକାରର ଟ୍ୟାଙ୍କ୍‌ ଓ ମିସାଇଲ ସିଷ୍ଟମ ମଧ୍ୟ ପ୍ରଦର୍ଶିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜାନୁୟାରୀ 15ରେ ସେନା ଦିବସ ପାଳନ କରାଯାଏ କାରଣ ଫିଲ୍ଡ ମାର୍ଶଲ କେ.ଏମ କରିୟପ୍ପା 1949 ମସିହାରେ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଜେନେରାଲ ଫ୍ରାନସିସ ବୁଚରଙ୍କ ଠାରୁ 1949 ମସିହାରେ ଭାରତୀୟ ସେନାର ସେନାଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ।

ABOUT THE AUTHOR

...view details