ଓଡିଶା

odisha

ETV Bharat / bharat

କୋଭିଡ ରୋଗୀଙ୍କୁ ଆଶ୍ବସ୍ତି, ଖୁବ ଶୀଘ୍ର ଦିଲ୍ଲୀରେ ମିଳିବ 3 ହଜାର ଅକ୍ସିଜେନ ବେଡ - for corona patients delhi will get 3 thousand oxygen beds

ଆସନ୍ତା 3ଦିନରେ 3 ହଜାର ଅକ୍ସିଜେନ ବେଡ ଯୋଗାଇ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ । ସିଏମ ଅରବିନ୍ଦ କେଜ୍ରିୱାଲ ଟ୍ବିଟରରେ ଫଟୋ ସେୟାର କରି କହିଛନ୍ତି ଯେ, ଏହି 3ଟି ସ୍ଥାନରେ ଆସନ୍ତା 2ଦିନ ମଧ୍ୟରେ 15 ଶହ ଅକ୍ସିଜେନ ବେଡ ପ୍ରସ୍ତୁତ ହୋଇଯିବ । ଅଧିକ ପଢନ୍ତୁ...

3ଦିନରେ ଦିଲ୍ଲୀରେ ମିଳିବ 3 ହଜାର ଅକ୍ସିଜେନ ବେଡ
3ଦିନରେ ଦିଲ୍ଲୀରେ ମିଳିବ 3 ହଜାର ଅକ୍ସିଜେନ ବେଡ

By

Published : Apr 19, 2021, 9:16 AM IST

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଉତ୍କଟ ହେବାରେ ଲାଗିଛି କୋରୋନା ସଂକ୍ରମଣ । କେଉଁଠି କୋରୋନା ଆକ୍ରାନ୍ତଙ୍କୁ ବେଡ ମିଳୁନି ତ ଆଉ କେଉଁଠି ଦେଖାଦେଇଛି ଅକ୍ସିଜେନର ଅଭାବ । ଚିକିତ୍ସାରେ ଭେଣ୍ଟିଲେଟର କିମ୍ବା ଅକ୍ସିଜେନ ସୁବିଧା ଥିବା ବେଡର ଆବଶ୍ୟକତା ରହିଛି । ଆଉ ଏଭଳି ସ୍ଥିତିରେ ଏହି ସବୁ ଆବଶ୍ୟକତାକୁ ପୂରା କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା 3 ଦିନରେ 3 ହଜାର ଅକ୍ସିଜେନ ବେଡ ଯୋଗାଇ ଦେବାକୁ କହିଛନ୍ତି ।

ଗତକାଲି(ରବିବାର) ଦିଲ୍ଳୀର କମନୱେଲଥ ଗେମ୍ସ ଗ୍ରାମ, ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସ, ରାଉସ ଆଭେନ୍ୟୁରେ ଥିବା ବିଦ୍ୟାଳୟ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦିଲ୍ଲୀରେ ତିନି ହଜାର ଶଯ୍ୟା ପ୍ରସ୍ତୁତ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସିଏମ ଅରବିନ୍ଦ କେଜ୍ରିୱାଲ ଟ୍ବିଟରରେ ଫଟୋ ସେୟାର କରି କହିଛନ୍ତି ଯେ, ଏହି 3ଟି ସ୍ଥାନରେ ଆସନ୍ତା 2ଦିନ ମଧ୍ୟରେ 15 ଶହ ଅକ୍ସିଜେନ ବେଡ ପ୍ରସ୍ତୁତ ହୋଇଯିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଙ୍ଗଠନ (DRDO) ପକ୍ଷରୁ ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ବିମାନବନ୍ଦର ନିକଟରେ ଏକ ମେଡିକାଲ ସ୍ଥାପନ ହୋଇଛି। ମୋଟ 500 ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ 250 ଶଯ୍ୟାରେ ଆଜିଠାରୁ(ସୋମବାର) ରୋଗୀ ଭର୍ତ୍ତି ହେବା ଆରମ୍ଭ ହେବ, ଅବଶିଷ୍ଟ 250 ଶଯ୍ୟା ମଧ୍ୟ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ।

ଏପଟେ ଦିଲ୍ଲୀରେ ପ୍ରତିଦିନ 25 ହଜାରରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମଣ ଚିହ୍ନଟକୁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଏଭଳି ପରିସ୍ଥିତିରେ କୋରୋନା ବିରୁଦ୍ଧରେ ଲଢୁଥିବା ଦିଲ୍ଲୀବାସୀଙ୍କୁ ବଞ୍ଚାଇବା ପାଇଁ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଘରୋଇ ମେଡିକାଲ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଦିଲ୍ଲୀର 115 ଘରୋଇ ମେଡିକାଲରେ ବେଡ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେଜ୍ରିୱାଲ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଲୀର ସମସ୍ତ ଘରୋଇ ମେଡିକାଲ ଏବଂ ନର୍ସିଂହୋମରେ କୋଭିଡ ଚିକିତ୍ସା କରାଯାଉଛି, ସେଠାରେ ମୋଟ ଶଯ୍ୟାର 80% କୋଭିଡଙ୍କ ପାଇଁ ସଂରକ୍ଷିତ ରଖାଯାଉ । ଯେଉଁଥିରେ 80 ପ୍ରତିଶତ ଆଇସିୟୁ ବେଡ୍ ଏବଂ 80 ପ୍ରତିଶତ କେବଳ ୱାର୍ଡ ବେଡ୍ ଅନ୍ତର୍ଭୁକ୍ତ ରହିବ ।

ଉଲ୍ଲେଖନୀୟ ଯେ, ଗତକାଲି ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲ ଚିଠି ଲେଖି ଅନୁରୋଧ କରିଥିଲେ ଯେ, ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ହସ୍ପିଟାଲ ଗୁଡିକରେ ଅତିକମ୍‌ରେ 7000 ଶଯ୍ୟା ସଂରକ୍ଷିତ ରଖାଯାଉ ।

ABOUT THE AUTHOR

...view details