ଓଡିଶା

odisha

ETV Bharat / bharat

ଆଖିକୁ ସୁସ୍ଥ ରଖିବା ପାଇଁ ନିତାନ୍ତ ଜରୁରୀ ଏହି ସବୁ ଖାଦ୍ୟ

ଆଖିକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ନିତାନ୍ତ ଆବଶ୍ୟକ ଅଟେ । ତେବେ ଆଖିର ଯତ୍ନ ନେବାରେ କେଉଁ କେଉଁ ଖାଦ୍ୟ ସହାୟକ ହୁଏ, ଜାଣନ୍ତୁ

ଆଖିକୁ ସୁସ୍ଥ ରଖିବା ପାଇଁ ନିତାନ୍ତ ଜରୁରୀ ଏହି ସବୁ ଖାଦ୍ୟ
ଆଖିକୁ ସୁସ୍ଥ ରଖିବା ପାଇଁ ନିତାନ୍ତ ଜରୁରୀ ଏହି ସବୁ ଖାଦ୍ୟ

By

Published : Apr 26, 2023, 4:38 PM IST

ହାଇଦ୍ରାବାଦ: ବର୍ତ୍ତମାନ ଶରୀରକୁ ସୁସ୍ଥ ରଖିବା ନିତାନ୍ତ ଆବଶ୍ୟକ । ଏହାରି ମଧ୍ୟରେ ଆଖିର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆଜିକାଲି ଅନେକ ଲୋକ ଚକ୍ଷୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । କାରଣ କମ୍ପ୍ୟୁଟର ଏବଂ ମୋବାଇଲର ବହୁଳ ବ୍ୟବହାର ଏବଂ ବାହାରେ ହେଉଥିବା ପ୍ରଦୂଷଣ ଦ୍ବାରା ଚକ୍ଷୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅନ୍ୟ କେତେ ଜଣ ଭିଟାମିନ ଅଭାବରୁ ମଧ୍ୟ ଚକ୍ଷୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଶୁଖିଲା ଆଖି, ଅନ୍ଧରକଣା, ଏବଂ ମୋତିଆବିନ୍ଦୁ ଭଳି ଗମ୍ଭୀର ଚକ୍ଷୁ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ତ ଚକ୍ଷୁ ଜନିତ ସମସ୍ୟାକୁ ଏଡାଇବା ପାଇଁ ହେଲେ ଭିଟାମିନ୍, ପୁଷ୍ଟିକର ଖାଦ୍ୟ ଏବଂ ଖଣିଜ ପଦାର୍ଥଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌ । ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ ଜଣାଶୁଣା ।

ଆସନ୍ତୁ କିଛି ପୁଷ୍ଟିକର ଖାଦ୍ୟ ବିଷୟରେ ଆଲୋଚନା କରିବା ଯାହା ଆଖିର ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଜରୁରୀ । ଏହି ଖାଦ୍ୟଗୁଡ଼ିକ ଆଖି ପାଇଁ ବେଶ ଲାଭଦାୟକ । ତେବେ ଆଖି ପାଇଁ କଣ ସବୁ ଖାଦ୍ୟପେୟ ରହିଛି, ଜାଣନ୍ତୁ...

ମାଛ, ଆଖି ସ୍ବାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ

ମାଛ: ମାଛ ସ୍ବାସ୍ଥ୍ୟ ପାଇଁ ହିତକାରକ ଅଟେ । ବିଶେଷତଃ ସାଲମୋନ ମାଛ, ଆଖି ସ୍ବାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ । ସଲମୋନ ଏବଂ ଅନ୍ୟାନ୍ୟ କେତେକ ମାଛରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ। ଏଗୁଡ଼ିକ “ସୁସ୍ଥ” ଚର୍ବି । ଓମେଗା-3 ଫ୍ୟାଟି ଏସିଡ୍ ଦୃଶ୍ୟ ଦେଖିବାରେ ଏବଂ ଆଖିର ପଛ ଭାଗରେ ଥିବା ରେଟିନାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଅଣ୍ଡା ଆଖି ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଏକ ଅତ୍ୟାବଶ୍ୟକ ଉତ୍ସ ଅଟେ

ଅଣ୍ଡା: ଅଣ୍ଡା ଆଖି ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଏକ ଅତ୍ୟାବଶ୍ୟକ ଉତ୍ସ ଭାବରେ ବିବେଚନା କରାଯାଏ । ଅଣ୍ଡାର କେଶରରେ ଭିଟାମିନ-A, ଲ୍ୟୁଟିନ୍, ଜିଆକ୍ସାଣ୍ଟିନ୍ ଏବଂ ଜିଙ୍କ୍‌ ଥାଏ ଏବଂ ଭିଟାମିନ୍‌-ଓ କର୍ଣ୍ଣିଆକୁ ସୁରକ୍ଷା ଦେଇଥାଏ । ଏଣୁ ଏହା ଆଖି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଆଲମଣ୍ଡ, ଆଖି ସ୍ବାସ୍ଥ୍ୟ ପାଇଁ ବହୁତ ଭଲ

ଆଲମଣ୍ଡ:ଆଲମଣ୍ଡ, ଅନ୍ୟ ବାଦାମ ଏବଂ ମଞ୍ଜି ଅପେକ୍ଷା, ସାଧାରଣତଃ ଆଖି ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଭଲ । ଆଲମଣ୍ଡରେ ଭିଟାମିନ-E ଥାଏ । ନିୟମିତ ପରିମାଣର ଭିଟାମିନ-ଇ ଖାଇବା ଦ୍ବାରା ବୟସ ସମ୍ବନ୍ଧୀୟ ମକୁଲାର ଡିଜେରେସନ୍ ତଥା ମୋତିଆବିନ୍ଦୁ ରୋକିବାରେ ସାହାଯ୍ୟ କରିଥାଏ ।

ଗାଜରରେ ଭିଟାମିନ-A ଏବଂ ବିଟା କାରୋଟିନ୍ ଥାଏ

ଗାଜର: ଅଣ୍ଡାର କେଶର ପରି ଗାଜରରେ ମଧ୍ୟ ଭିଟାମିନ-A ଏବଂ ବିଟା କାରୋଟିନ୍ ଥାଏ । ଭିଟାମିନ୍-ଏ ଏବଂ ବିଟା କାରୋଟିନ୍ ଆଖିର ପୃଷ୍ଠକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆଖି ସଂକ୍ରମଣ ଏବଂ ଅନ୍ୟ ଗୁରୁତର ଚକ୍ଷୁ ସମସ୍ୟାକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ।

ଆଖିର କ୍ଷତିକୁ ରୋକିବାରେ ସାହାଯ୍ୟ କରେ ଆମଲା

ଅଁଳା: ଭିଟାମିନ-Cର ଅଁଳା ଏକ ଉତ୍ତମ ଉତ୍ସ । ଯାହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ । ଏହା ଆଖିର ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ । ଅଁଳାରେ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା ମୋତିଆବିନ୍ଦୁକୁ ରୋକିଥାଏ ।

ଆଖିର କ୍ଷତିକୁ ରୋକିବାରେ ସାହାଯ୍ୟ କରେ ସାଇଟ୍ରସ୍ ଫଳ

ସାଇଟ୍ରସ୍ ଫଳ: କମଳା, ଲେମ୍ବୁ, ଏବଂ ଅଙ୍ଗୁର ଫଳ ପରି ସାଇଟ୍ରସ୍ ଫଳଗୁଡ଼ିକରେ ଭିଟାମିନ୍ ସି ଭରପୁର ଅଟେ। ଯାହା ଏକ ଗୁରୁତ୍ବପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ ଯାହା ଆଖିରୋଗକୁ ରୋକିବାରେ ସାହାଯ୍ୟ କରିଥାଏ। ଭିଟାମିନ-C ମଧ୍ୟ ଆଖିରେ ଥିବା ଆର୍ଟେରୀ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

ABOUT THE AUTHOR

...view details