ଓଡିଶା

odisha

ETV Bharat / bharat

ଆଜି ବସିବ 44ତମ GST କାଉନସିଲ୍ ବୈଠକ - GST କାଉନସିଲ୍ ବୈଠକ

ଆଜି ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର 44 ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ବିଭାଗୀୟ ମନ୍ତ୍ରୀଙ୍କ ରିପୋର୍ଟକୁ ଆଧାର କରି କୋଭିଡ-19 ସମ୍ବନ୍ଧୀୟ ସାମଗ୍ରୀ ଉପରେ ରିହାତି ନେଇ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

By

Published : Jun 12, 2021, 9:38 AM IST

ନୂଆଦିଲ୍ଲୀ: ଆଜି ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର 44 ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ବିଭାଗୀୟ ମନ୍ତ୍ରୀଙ୍କ ରିପୋର୍ଟକୁ ଆଧାର କରି କୋଭିଡ-19 ସମ୍ବନ୍ଧୀୟ ସାମଗ୍ରୀ ଉପରେ ରିହାତି ନେଇ ନିଷ୍ପତ୍ତି ନିଆଯିବ । ଦିନ 11ଟାରେ ବସିବ ଏହି ବୈଠକ । ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ମେ’ 28ରେ ହୋଇଥିବା ବୈଠକରେ ଜିଏସଟି ପରିଷଦ ଅନେକ ନିର୍ଦ୍ଦିଷ୍ଟ କୋଭିଡ-19 ସମ୍ବନ୍ଧୀୟ ସାମଗ୍ରୀ ଯଥା ମେଡିକାଲ ଅମ୍ଳଜାନ, ଅମ୍ଳଜାନ କନସେନଟ୍ରେଟର୍ ଓ ପରିବହନ ଉପକରଣ, ନିର୍ଦ୍ଦିଷ୍ଟ ଡାଇଗ୍ନୋଷ୍ଟିକ୍ ପରୀକ୍ଷା କିଟ୍ ଉପରେ IGST ସମ୍ପୂର୍ଣ୍ଣ ଛାଡ କରାଯାଇଥିଲା । ଏହି ଛାଡ ଅଗଷ୍ଟ 31 ପର୍ଯ୍ୟନ୍ତ ବୈଧ ଅଟେ । ଛୋଟ ଟିକସଦାତା ଏବଂ ମଧ୍ୟମ ଆକାରର ଟିକସଦାତାଙ୍କ ଅନୁପାଳନ ଭାର ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି । ଏହାସହ କ୍ଷୁଦ୍ର ଟିକସଦାତାଙ୍କୁ ରିଲିଫ୍ ପ୍ରଦାନ କରିବାକୁ ବିଳମ୍ବିତ ଦେୟ ହ୍ରାସ କରିବା ପାଇଁ ଋଣ କ୍ଷମା ଯୋଜନା ସୁପାରିଶ କରାଯାଇଛି।

ABOUT THE AUTHOR

...view details