ଗୁରୁଗ୍ରାମ:ହରିୟାଣାର ଦଉଲତାବାଦରେ ଅଭାବନୀୟ ଘଟଣା । ଗୁରୁଗ୍ରାମ ଦ୍ବାରିକା ଏକ୍ସପ୍ରେସୱେ ନିକଟରରେ ରବିବାର ସକାଳୁ ଏକ ନିର୍ମାଣଧୀନ ଫ୍ଲାଏ ଓଭର ଭୁଷୁଡିବା ଫଳରେ ତିନିଜଣ ଶ୍ରମିକ ଆହତ ହୋଇଛନ୍ତି ।
ଭୁଷୁଡିଲା ନିର୍ମାଣଧୀନ ଫ୍ଲାଏଓଭର, 3 ଶ୍ରମିକ ଆହତ
ଗୁରୁଗ୍ରାମ ଦ୍ବାରିକା ଏକ୍ସପ୍ରେସୱେ ନିକଟରରେ ଏକ ନିର୍ମାଣଧୀନ ଫ୍ଲାଏ ଓଭର ଭୁଷୁଡିବା ଫଳରେ ତିନିଜଣ ଶ୍ରମିକ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...
ଭୁଷୁଡିଲା ନିର୍ଣାଣଧୀନ ଫ୍ଲାଏଓଭର
ସମୟ ସକାଳ 7ଟା30ରେ ହଠାତ ନିର୍ମାଣଧୀନ ଫ୍ଲାଏଓଭରଟି ଭୁଷୁଡି ପଡିଥିଲା । ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ ତିନିଜଣ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବେ ବି ଫ୍ଲାଏଓଭର ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଗୁରୁଗ୍ରାମ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ