ଓଡିଶା

odisha

ETV Bharat / bharat

ସୀମାରେ ପୁଣି ଉଡିଲା ଡ୍ରୋନ; ଗୁଳି କରି ଖସାଇଲା BSF - ଜମ୍ମୁ ଆର୍ନିଆ ସେକ୍ଟର

ଜମ୍ମୁ ଆର୍ନିଆ ସେକ୍ଟର ବର୍ଡରରେ ଡ୍ରୋନ ଭଳି ଦେଖାଯାଉଥିବା ଏକ ବସ୍ତୁକୁ ଗୁଳି କରି ଉଡାଇ ଦେଇଛନ୍ତି ବିଏସଏଫ ଯବାନ । ଅଧିକ

ବିଏସଏଫ ଯବାନଙ୍କୁ ସଫଳତା
ବିଏସଏଫ ଯବାନଙ୍କୁ ସଫଳତା

By

Published : Aug 23, 2021, 10:58 AM IST

ଶ୍ରୀନଗର: ବିଏସଏଫ ଯବାନଙ୍କୁ ସଫଳତା । ଜମ୍ମୁ ଆର୍ନିଆ ସେକ୍ଟର ବର୍ଡରରେ ଡ୍ରୋନ ଭଳି ଦେଖାଯାଉଥିବା ଏକ ବସ୍ତୁକୁ ଗୁଳି କରି ଉଡାଇ ଦେଇଛନ୍ତି ବିଏସଏଫ ଯବାନ । ଏନେଇ ଆଜି(ସୋମବାର) ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟା ୩୦ ସମୟରେ ଆକାଶରେ ଏକ ଲାଲ ଏବଂ ହଳଦିଆ ରଙ୍ଗରେ ଆଲୋକ ବିଏସଏଫ ନଜରକୁ ଆସିଥିଲା । ଏହି ଲାଇଟକୁ ସନ୍ଦେହ କରି କୌଣସି ଅଘଟଣ ପୂର୍ବରୁ ଗୁଳି କରି ଆକାଶରୁ ନଷ୍ଟ କରି ଦେଇଛି ବିଏସଏଫ ।

ଘଟଣା ଜଣାପଡିବା ମାତ୍ରେ ବିଏସଏଫ ଲାଇଟକୁ ଲକ୍ଷ୍ୟ କରି ତୁରନ୍ତ ଆକ୍ସନ ମୁଡକୁ ଆସିଥିଲା । ବିଏସଏଫ ଲାଇଟ ଉପରକୁ ୨୫ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ଉଡୁଥିବା ବସ୍ତୁଟି ପାକିସ୍ତାନ ପଟକୁ ଚାଲିଯାଇଥିଲା । ପୋଲିସ ସାହାଯ୍ୟରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ପ୍ରକାଶ ଥାଉ ଗତ କିଛି ଦିନ ହେବ ସୀମାରେ ଲଗାତାର ଡ୍ରୋନ କାର୍ଯ୍ୟକଳାପ ଠାବ ହୋଇଛି । ଜୁଲାଇ ୨ରେ ବିଏସଏଫଙ୍କ ଦ୍ବାରା ଏକ କ୍ବାର୍ଡକୋପଟରକୁ ଉଡାଇ ଦିଆଯାଇଥିଲା । ଏହା ପରେ ଜୁନ ୨୯ରେ ଜାମ୍ମୁର ରତ୍ନଚୁକ- କାଲୁଚକରେ ସାମରିକ ଅଞ୍ଚଳରେ ଡ୍ରୋନ୍ କାର୍ଯ୍ୟକଳାପ ହୋଇଥିଲା । ଜୁନ ୨୭ରେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ବ୍ୟବହାର କରି ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details