ଓଡିଶା

odisha

ETV Bharat / bharat

ସଙ୍କଟରେ ପୁଡୁଚେରୀ ସରକାର; ଆଜି ଆସ୍ଥା ଭୋଟ

ପୁଡୁଚେରୀରେ ରାଜନୈତିକ ଅସ୍ଥିରତା । ଆଜି ହେବ ଆସ୍ଥା ଭୋଟ । ଅଧିକ ପଢନ୍ତୁ...

ପୁଡୁଚେରୀ ସରକାର
ପୁଡୁଚେରୀ ସରକାର

By

Published : Feb 22, 2021, 7:30 AM IST

ପୁଡୁଚେରୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ପୁଡୁଚେରୀରେ ଶାସକ କଂଗ୍ରେସ-ଡିଏମକେ ମେଣ୍ଟ ସରକାରରୁ କିଛି ବିଧାୟକ ଇସ୍ତଫା ଦେବା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଛି । ତେବେ ସରକାର ବହୁମତରେ ଥିବା ଜଣାଇବା ପାଇଁ ଆଜି ବିଧାନସଭାରେ ଆସ୍ଥା ଭୋଟ ହେବ ।

ଆଜି(ସୋମବାର) ଆସ୍ଥା ଭୋଟ କରିବାକୁ ଉପରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ନିର୍ଦ୍ଦେଶ ଦେଇଥିଲେ । ଦୁଇ କଂଗ୍ରେସ ବିଧାୟକ ଏ ଜନ କୁମାର, ଲକ୍ଷ୍ମୀନାରାୟଣ ଓ ଡିଏମକେ ବିଧାୟକ କେ ଭେଙ୍କଟେସାନ ଇସ୍ତଫା ଦେବାପରେ ସରକାର ସଂଖ୍ୟାଲଘୁ ହୋଇଯାଇଛି ।

ସୂଚନାଥାଉକି, ଚଳିତ ବର୍ଷ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ତା ପୂର୍ବରୁ ଏହି ଆସ୍ଥା ଭୋଟ ହେବାକୁ ଯାଉଛି । ତେବେ ଯଦି ସରକାର ଗୃହରେ ବହୁମତ ସାବ୍ୟସ୍ତ କରିନପାରନ୍ତି, ତା ହେଲେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି କୁହାଯାଉଛି । ସେପଟେ ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ କଂଗ୍ରେସ ଓ ଡିଏମକେ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details