ଓଡିଶା

odisha

ETV Bharat / bharat

Assam flood; 1.33 ଲକ୍ଷ ଲୋକେ ପ୍ରଭାବିତ

ଆସାମରେ ବନ୍ୟା । ରାଜ୍ୟର ୧୧ ଜିଲ୍ଲାର 1.33 ଲକ୍ଷରୁ ଅଧିକଲୋକେ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

Assam flood; 1.33 ଲକ୍ଷ ଲୋକେ ପ୍ରଭାବିତ
Assam flood; 1.33 ଲକ୍ଷ ଲୋକେ ପ୍ରଭାବିତ

By

Published : Aug 28, 2021, 12:16 PM IST

ଗୌହାଟି:ଆସାମରେ ବନ୍ୟା ସ୍ଥିତି ଏବେ ଗମ୍ଭୀର ରୂପ ନେଇଛି । ରାଜ୍ୟର ୧୧ ଜିଲ୍ଲାର 1.33 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଲଗାତର କିଛି ଦିନର ବର୍ଷା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ବିଶ୍ୱନାଥ, ବଙ୍ଗାଇଗାଓଁ, ଚିରାଙ୍ଗ, ଧମାଜୀ, ଡିବ୍ରିଗୁଡ, ଜୋରହାଟ, ଲାଖୀମପୁର, ମାଜୁଲି, ସିଭାସାଗର, ସୋନିଟପୁର ଏବଂ ଟିନୁସୁକିଆ ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ବନ୍ୟାରେ କାହାର ମୃତ୍ୟୁ ଘଟି ନଥିବା ବେଳେ କୌଣସି ପଶୁପକ୍ଷୀଙ୍କ ଜୀବନ ହାନି ଘଟି ନାହିଁ ।

ସେପଟେ, ଏପର୍ଯ୍ୟନ୍ତ ପାଣି ଘେରରୁ 162 ଲୋକଙ୍କୁ ଉଦ୍ଧାର କରାଯିବା ସହ 40 ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ବଙ୍ଗାଇଗାଓଁ ଏବଂ ଚିରଙ୍ଗର ଜିଲ୍ଲା ପ୍ରଶାସନ ଦ୍ୱାରା ହୋଇଥିବା 66 ଟି ରିଲିଫ୍ କ୍ୟାମ୍ପରେ ସମୁଦାୟ 6,217 ଜଣ ଲୋକେ ଆଶ୍ରୟ ନେଇଛନ୍ତି । ଧମାଜୀରେ ପାଞ୍ଚଟି ଏବଂ ଟିନ୍ସୁକିଆରେ ତିନୋଟି ରିଲିଫ କ୍ୟାମ୍ପ ବନ୍ୟା ପୀଡିତଙ୍କ ପାଇଁ ପ୍ରସ୍ତୁତ ରହିଛି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡ଼ିକର ବନ୍ୟା ଜଳ ଯୋଗୁଁ ସମୁଦାୟ 243ଟି ଗ୍ରାମ ପ୍ରଭାବିତ ହୋଇଛି । ସେପଟେ, ରାଜ୍ୟରେ ଥିବା ନଦୀ ଗୁଡ଼ିକ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ପ୍ରଭାବିତ ଜିଲ୍ଲାରେ ଗୁଡିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।

ବଙ୍ଗାଇଗାଓଁରେ ସର୍ବାଧିକ 63 ହଜାର 891 ଲୋକେ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଧମାଜୀରେ 31 ହଜାର 500 ଏବଂ ମାଜୁଲିରେ 13 ହଜାର 239 ଲୋକ ପ୍ରଭାବିତ ହୋଇଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ୫ଟି ଡାକ୍ତରୀ ଟିମକୁ ସେଠାରେ ନିୟୋଜିତ କରାଯାଇଛି ବୋଲି ବୁଲେଟିନ୍‌ରେ କୁହାଯାଇଛି । ବଙ୍ଗାଇଗାଓଁ ଏବଂ ଧମାଜୀରେ ବନ୍ୟା ଜଳ ଯୋଗୁଁ 16ଟି ରାସ୍ତା ନଷ୍ଟ ହୋଇଯାଇଛି । ବକସା, ବିଶ୍ୱନାଥ, ବଙ୍ଗାଇଗାଓଁ, ଚିରଙ୍ଗ, ଗୋଲପାରା, ଚାଚର, ଜୋରହାଟ, କୋକରାଝର, ମାଜୁଲି, ମୋରିଗାଓଁ, ନାଲବାରୀ, ସୋନିଟପୁର ଏବଂ ଟିନୁସୁକିଆର ବିଭିନ୍ନ ସ୍ଥାନରୁ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ABOUT THE AUTHOR

...view details