ଓଡିଶା

odisha

ETV Bharat / bharat

ପ୍ରୟାଗରାଜ-ଭୁବନେଶ୍ବର ବିମାନ ସେବା ଆରମ୍ଭ - flights to prayagraj bhubaneswar begin

ଉଡାନ ଯୋଜନାରେ ପ୍ରୟାଗରାଜ-ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ । ଏହି ଯୋଜନାରେ ଗତ 3 ଦିନ ମଧ୍ୟରେ 22ଟି ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରିଛି ।

ପ୍ରୟାଗରାଜ-ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ
ପ୍ରୟାଗରାଜ-ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ

By

Published : Mar 31, 2021, 9:32 AM IST

Updated : Mar 31, 2021, 9:53 AM IST

ଭୁବନେଶ୍ବର: ପ୍ରୟାଗରାଜ-ଭୁବନେଶ୍ବର ବିମାନ ସେବା ଆରମ୍ଭ । ଉଡାନ ଯୋଜନାରେ ବିମାନ ଚଳାଚଳ ସେବା ଯୋଗାଇ ଦିଆଯାଇଛି । ଅପହଞ୍ଚ କ୍ଷେତ୍ରରେ ଲୋକଙ୍କୁ ବିମାନ ସେବା ଯୋଗାଇବାକୁ ଯାଇ ଉଡାନ ଯୋଜନାରେ ଗତ 3 ଦିନରେ 22 ଟି ମାର୍ଗରେ ବିମାନ ଚଳାଚଳ କରିଛି । ଏଥିରେ ଯୋଡି ହୋଇଛି ପ୍ରୟାଗରାଜ ଓ ଭୁବନେଶ୍ବର । ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି।

ମଙ୍ଗଳବାର ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣ ଶୁଭାରମ୍ଭ ହୋଇଛି । ଗତ ସୋମବାର ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଉଡ଼ାନ ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ବିମାନ ମାର୍ଗକୁ ସୁଦୃଢ଼ କରିବା, ଆଞ୍ଚଳିକ ଆକାଶ ମାର୍ଗଗୁଡ଼ିକରେ ଶସ୍ତା, ଆର୍ଥିକ ଦୃଷ୍ଟିରୁ ସୁଲଭ ଏବଂ ଲାଭଜନକ ବିମାନ ଯାତ୍ରାର ସୁବିଧା ପ୍ରଦାନ କରିବା।

ବର୍ତ୍ତମାନ ସୁଦ୍ଧା , ଉଡ଼ାନ ଯୋଜନା ଅନ୍ତର୍ଗତ ଦେଶର କୋଣଅନୁକୋଣରେ 347ଟି ମାର୍ଗରେ, 57ଟି ଆଦୌ କାର୍ଯ୍ୟକ୍ଷମ ହୋଇନଥିବା ଏବଂ ଆଂଶିକ କାର୍ଯ୍ୟକ୍ଷମ ହୋଇଥିବା ବିମାନ ବନ୍ଦର (5ଟି ହେଲିପୋର୍ଟ+ଦୁଇଟି ଜଳ ଏରୋଡ୍ରମ ସମେତ) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି।

28 ମାର୍ଚ୍ଚ 2021ରେ, 18ଟି ନୂତନ ମାର୍ଗରେ ଉଡ଼ାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ଷମ ହୋଇଥିବା ମାର୍ଗଗୁଡ଼ିକ ହେଲା-ଗୋରଖପୁର (ଉତ୍ତରପ୍ରଦେଶ)ରୁ ଲକ୍ଷ୍ନୌ (ଉତ୍ତରପ୍ରଦେଶ)କୁ ଯାହାକି ରାଜ୍ୟ ସମର୍ଥିତ ଉଡ଼ାନ ମାର୍ଗ, କୁର୍ଣ୍ଣୁଲ (ଆନ୍ଧ୍ର ପ୍ରଦେଶ)ରୁ ବାଙ୍ଗାଲୋର (କର୍ଣ୍ଣାଟକ), ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଓ ଚେନ୍ନାଇ (ତାମିଲନାଡ଼ୁ)କୁ, ପ୍ରୟାଗରାଜ (ଉତ୍ତର ପ୍ରଦେଶ)ରୁ ଭୁବନେଶ୍ୱର (ଓଡ଼ିଶା) ଏବଂ ଭୋପାଳ (ମଧ୍ୟପ୍ରଦେଶ)କୁ। ଏହାବ୍ୟତୀତ ଦିବ୍ରୁଗଡ଼ (ଆସାମ)ରୁ ଦିମାପୁର (ନାଗାଲାଣ୍ଡ)କୁ ନୂଆ ବିମାନ ଯୋଗାଯୋଗ ସ୍ଥାପନ କରାଯାଇଥିଲା।

ଗତବର୍ଷ 4ଟି ବିଡିଂ ପ୍ରକ୍ରିୟାରେ ଉଡାନ ଯୋଜନା ଅନ୍ତର୍ଗତ ଶିଲଂ-ଅଗରତାଲା, ଶିଲଂ-ସିଲଚର, କୁର୍ଣ୍ଣୁଲ-ବାଙ୍ଗାଲୋର, ବିଶାଖାପାଟଣା ଏବଂ ଚେନ୍ନାଇ ମାର୍ଗରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ବ ଦିଆଯାଇଥିଲା। ଏହା ବ୍ୟତୀତ ଆଗ୍ରାରୁ ବାଙ୍ଗାଲୋରକୁ ଏବଂ ଆଗ୍ରାରୁ ଭୋପାଳକୁ ଉଡ଼ାନ 3 ଯୋଜନା ଅନ୍ତର୍ଗତ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ପ୍ରୟାଗରାଜରୁ ଭୋପାଳକୁ ଉଡାନ 2 ଯୋଜନା ଅନ୍ତର୍ଗତ ଏବଂ ଦିବ୍ରୁଗଡ଼ରୁ ଦିମାପୁରକୁ ଉଡାନ 3 ବିଡିଂ ପ୍ରକ୍ରିୟାରେ ବିମାନ ଚଳାଚଳ ଦାୟିତ୍ବ ଦିଆଯାଇଛି। ଉଡାନ-3 ବିଡିଂ ପ୍ରକ୍ରିୟାରେ ଲକ୍ଷ୍ନୌ-ଗୋରଖପୁର ମାର୍ଗରେ ବିମାନ ଚଳାଚଳ ପାଇଁ ଆଲିଆନ୍ସ ଏୟାରକୁ ଦାୟିତ୍ବ ଦିଆଯାଇଛି।

Last Updated : Mar 31, 2021, 9:53 AM IST

ABOUT THE AUTHOR

...view details