ଭୁବନେଶ୍ବର:ପ୍ରତିରକ୍ଷା ସୁରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ସଲିଡ ଫୁଏଲ ଡକ୍ଟେଡ୍ ରାମଜେଟର ବୁଷ୍ଟର( Solid Fuel Ducted Ramjet-SFDR booster)ର ସଫଳ ପରୀକ୍ଷଣ । ଆଜି (ଶୁକ୍ରବାର) ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି ।
ବାଲେଶ୍ବର ଚାନ୍ଦିପୁର ସ୍ଥିତ ଇଣ୍ଟ୍ଗ୍ରେଟଡ ଟେଷ୍ଟ ରେଞ୍ଜ (Integrated Test Range)ରେ ଏହି ପରୀକ୍ଷଣ ହୋଇଛି । ଏହି ସଲିଡ ଫୁଏଲ ଡକ୍ଟେଡ୍ ରାମଜେଟ ବୁଷ୍ଟରର ସଫଳ ଫ୍ଳାଇଟ ଟ୍ରାଏଲ(Flight trial of Solid Fuel Ducted Ramjet (SFDR) booster) ହୋଇଛି । ଏହା ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଆଜି ଦିନ ୧୦.୩୦ରେ ପରୀକ୍ଷଣ ହୋଇଥିଲା ।
SFDR ଜ୍ଞାନକୌଶଳକୁ କୌଣସି ଆକାଶୀ ଟାର୍ଗେଟକୁ ଇଣ୍ଟରସେପ୍ଟ କରିବାକୁ ବ୍ୟବହାର ହୋଇଥାଏ । ସୁପରସୋନିକ୍ ସ୍ପିଡରେ ଆସୁଥିବା କୌଣସି ଦୂରଗାମୀ ମିସାଇଲକୁ ଇଣ୍ଟରସେପ୍ଟ କରିବାରେ ଏହାକୁ ବ୍ୟବହାର ହୋଇଥାଏ । ଏହା ହାଇଦ୍ରାବଦସ୍ଥିତ Defence Research and Development Laboratory (DRDL) ଏବଂ DRDO ର ମିଳିତ ପ୍ରୟାସରେ ବିକଶିତ ହୋଇଛି । ତେବେ ପରୀକ୍ଷଣ ସମୟରେ ଏହା ସମସ୍ତ ଲକ୍ଷ୍ୟ (ମିଶନ ଉଦ୍ଦେଶ୍ୟ ପୂରଣ) କୁ ହାସଲ କରିଛି ।