ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ଛାତିଥରା ଘଟଣା; ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୩୩ ଅଭିଯୁକ୍ତ ! - ଗଣଦୁଷ୍କର୍ମ

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଛାତିଥରା ଘଟଣା । ଜଣେ ନାବାଳିକାଙ୍କୁ ୩୩ ଜଣ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଏହି ଦୁଷ୍କର୍ମକାରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କହିଛି ପୋଲିସ । ଅଧିକ ପଢନ୍ତୁ...

ଥାନେରେ ଛାତିଥରା ଘଟଣା; ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ, ବଢିପାରେ ଦୁଷ୍କର୍ମକାରୀଙ୍କ ସଂଖ୍ୟା
ଥାନେରେ ଛାତିଥରା ଘଟଣା; ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ, ବଢିପାରେ ଦୁଷ୍କର୍ମକାରୀଙ୍କ ସଂଖ୍ୟା

By

Published : Sep 23, 2021, 2:56 PM IST

Updated : Sep 23, 2021, 5:43 PM IST

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଭୟାନକ ଘଟଣା । ଯାହା ମାନବିକତାର ସମସ୍ତ ସୀମାକୁ ଟପିଛି । ଜିଲ୍ଲାରେ ଜଣେ ନାବାଳିକାକୁ ୩୩ ଜଣ ଗଣଦୁଷ୍କର୍ମ କରିଥିବା ଛାତିଥରା ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ପୋଲିସ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଥାନେ ଅଞ୍ଚଳରେ ଏହି ପୀଡ଼ିତାଙ୍କ ଜଣେ ଯୁବକଙ୍କ ସହିତ ସମ୍ପର୍କ ରହିଥିଲା । ସମ୍ପର୍କ ରଖିବା ସମୟର ଏକ ଭିଡ଼ିଓ ଆଧାରରେ ପୀଡ଼ିତାଙ୍କୁ କରାଯାଉଥିଲା ବ୍ଲାକମେଲିଂ । ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରୁଥିଲେ । ତେବେ ପ୍ରାୟ ୩୩ ଜଣ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କହିଛି ପୋଲିସ । ପୋଲିସ ଏହି ମାମଲାରେ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ମହାରାଷ୍ଟ୍ର ଥାନେରେ ଛାତିଥରା ଘଟଣା; ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୩୩ ଅଭିଯୁକ୍ତ !

ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କ ସହ ଥିଲା ସମ୍ପର୍କ:-

ଥାନେ ଜିଲ୍ଲାର ଡୋମ୍ବିଭାଲି ନିକଟସ୍ଥ ଭୋବାର ଅଞ୍ଚଳରେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ନାବାଳିକାଙ୍କ ପୁରୁଷ ବନ୍ଧୁ ସହିତ ଝଗଡ଼ା ହୋଇଥିଲା । ଏହାପରେ ଯୁବକ ଜଣକ ତାଙ୍କୁ ଏକ ଭିଡ଼ିଓ ଆଧାରରେ ପ୍ରଥମେ ଧମକ ଚମକ ଦେଉଥିଲେ । ଏହାପରେ ଭିଡ଼ିଓଟି ଭାଇରାଲ ହେବା ଭୟରେ ନାବାଳିକା ବାଧ୍ୟ ହୋଇ ଯୁବକଙ୍କ ସହିତ ସମ୍ପର୍କ ରଖୁଥିଲେ ।

୯ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡ଼ିତା:-

ଯୁବକ ଜଣକ ଗତ ୯ ମାସ ଧରି ବିଭିନ୍ନ ଅଞ୍ଚଳ ଡୋମ୍ବିଭାଲି, ବଦଲାପୁର, ମୁରବାଦ ଓ ରାବେଲାରେ ଦୁଷ୍କର୍ମ କରୁଥିଲେ । ଭିଡ଼ିଓକୁ ଭାଇରାଲ କରିଦେବାର ଦେଉଥିଲେ ଧମକ । ପୁରୁଷ ବନ୍ଧୁକଙ୍କ ସମେତ ଅନ୍ୟମାନେ ମଧ୍ୟ ଗତ ୯ ମାସ ଧରି ପୀଡ଼ିତାଙ୍କୁ କରୁଥିଲେ ଦୁଷ୍କର୍ମ ।

ଭିଡ଼ିଓ ଆଧାରରେ ଅନ୍ୟ ୩୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ କରୁଥିଲେ ଗଣଦୁଷ୍କର୍ମ:-

ପୁରୁଷ ବନ୍ଧୁଙ୍କ ଏହି ଭିଡ଼ିଓକୁ ଭାଇରାଲ କରିଦେବା ଭୟ ଦେଖାଇ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ନାବାଳିକାଙ୍କୁ ବାରମ୍ବାର କରୁଥିଲେ ଦୁଷ୍କର୍ମ । ଏହି ଘଟଣାକୁ ନେଇ ବୁଧବାର ମଧ୍ୟରାତ୍ରରେ ମାନପାଡା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୨୩ ଜଣଙ୍କୁ ଗିରଫ କରିଥିବା ବେଳେ ତନ୍ମଧ୍ୟରୁ ୨ ଜଣ ରହିଛନ୍ତି ନାବାଳକ । ସେପଟେ ଫେରାର ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି । ଏହି ମାମଲାରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଅତିରିକ୍ତ ପୋଲିସ କମିଶନର ସୋନାଲି ଧୋଳେ ଘଟଣାର ତଦନ୍ତ କରିଛନ୍ତି । ସେପଟେ କଲୱାର ସରକାରୀ ହସ୍ପିଟାଲରେ ବର୍ତ୍ତମାନ ପୀଡ଼ିତା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 23, 2021, 5:43 PM IST

ABOUT THE AUTHOR

...view details