ଜୟପୁର:ରାଜସ୍ଥାନର ପ୍ରତାପ ନଗର ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜଣେ ୫ବର୍ଷର ଝିଅକୁ କରାଯାଇଛି ଦୁଷ୍କର୍ମ । ଝିଅଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ପଡୋଶୀରେ ରହୁଥିବା ଜଣେ ୧୫ବର୍ଷୀୟ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନାରୁ ପ୍ରକାଶ । ନାବାଳକ ଜଣକ ଏହି ଝିଅକୁ କୋଠରୀକୁ ନେଇ ସେଠାରେ ଦୁଷ୍କର୍ମ କରି ପଳାଇ ଯାଇଥିଲା।
ଏନେଇ ପରିବାର ଲୋକେ ଚିକିତ୍ସା ନିମନ୍ତେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ ତତ୍ବାବଧାନରେ ଶିଶୁର ଚିକିତ୍ସା କରାଯାଉଛି ।