ୱାଶିଂଟନ:ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦେଖାଦେଇଛି ଅମ୍ଳଜାନ ଅଭାବ ସଙ୍କଟ । ଏଥିଲାଗି ଆମେରିକା ଭାରତକୁ ରବିବାର ସକାଳେ 5 ଟନ ଅମ୍ଳଜାନ 300ଟି କନସେଣ୍ଟ୍ରେଟରରେ ପଠାଇଛି । ତେବେ ଏ ସମ୍ପର୍କରେ ଆମେରିକାରେ ଥିବା ଭାରତ ସରକାରଙ୍କ କିଛି ଅଧିକାରୀ ସୂଚନା ଦେଇଛନ୍ତି ।
ଏୟାର ଇଣ୍ଡିଆର A102 ନ୍ୟୁୟର୍କର ଜନ୍ ଏଫ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଞ୍ଚ ଟନ୍ (5000 କେଜି) ଅମ୍ଳଜାନ କନସେଣ୍ଟ୍ରେଟର ପରିବହନ କରାଯାଇଛି ଏବଂ ଏହି ଅମ୍ଳଜାନ ସୋମବାର ମଧ୍ୟାହ୍ନ ସୁଦ୍ଧା ଦିଲ୍ଲୀରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବିମାନ 15 ଘଣ୍ଟାରୁ ଅଧିକ ସମୟ ଧରି ନନଷ୍ଟପ ଯାତ୍ରା କରି ଭାରତରେ ପହଞ୍ଚିବ । ଗତ କିଛି ଦିନରୁ ଦେଶରେ ଦୈନିକ 3 ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭାରତ କୋରୋନା ମହାମାରୀର ଦ୍ବିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଛି ।