ସିମ୍ଲା :ଶୀତ ଦିନରେ ସମଗ୍ର ରାଜ୍ୟରୁ ବିଚ୍ଛିନ୍ନ ରହୁଥିବା ଲାହୋଲ୍-ସ୍ପୀତି ପାଇଁ ଅଟଳ ଟନେଲ୍ ରୋହତାଙ୍ଗ ଏକ ନୂତନ ଉପହାର ନେଇ ଆସିଛି । ଟନେଲ ଦେଇ ରବିବାର ଦିନ ରେକର୍ଡ ସଂଖ୍ୟକ 5 ହଜାର 450 ଯାନ ଯାଇଛି । ଟନେଲର ଉଦଘାଟନ ପରଠାରୁ ଏହା ଟନେଲ ଦେଇ ଯାଇଥିବା ସର୍ବାଧିକ ସଂଖ୍ୟକ ଯାନ ଅଟେ । ଟନେଲ ଖୋଲିବା ପରେ ଥଣ୍ଡା ଏବଂ ତୁଷାରପାତ ସତ୍ତ୍ୱେ ଲାହୋଲ ଆଡ଼କୁ 2800 ଗାଡି ଗଲାବେଳେ ରୋହତାଙ୍ଗରୁ ମନାଲି ପର୍ଯ୍ୟନ୍ତ 2650 ଗାଡି ଯାଇଛି।
ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି, ଟନେଲ ଭିତରେ ମାଇନସ 18 ଡିଗ୍ରୀ ତାପମାତ୍ରା ଥିବା ସତ୍ତ୍ବେ ପୋଲିସ କର୍ମଚାରୀ ମାନେ ଟନେଲର ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସେମିତି ଛିଡା ହୋଇ ରୁହନ୍ତି। ଦେଶର ରଣନିତୀ ପାଇଁ ଅତି ମହତ୍ତ୍ବପୂର୍ଣ୍ଣ ଅଟ ଟନେଲ ଏବେ ପର୍ଯ୍ୟଟନ ପାଇଁ ମଧ୍ୟ ବଡ କେନ୍ଦ୍ର ପାଲଟିଯାଇଛି । ପର୍ଯ୍ୟଟକ ମାନେ ମନାଲି ବୁଲିବା ପରେ ଏହି ଟନେଲକୁ ବୁଲି ଯାଉଛନ୍ତି । ସେଥିପାଇଁ ମନାଲି ସଡକରେ ଲମ୍ବା ଭିଡ ଦେଖିବାକୁ ମିଳୁଛି । ସୋଲଙ୍ଗନାଲାରୁ ଅଟଳ ଟନେଲର ସାଉଥ ପୋର୍ଟଲ ମଧ୍ୟରେ ଜାମ ଲାଗି ରହୁଛି।