ବିଶାଖାପାଟନମ୍: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣାସ୍ଥଳରେ 5 ମୃତ, 25 ଆହତ। ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶ ବିଜୟାନଗରମ ଜିଲ୍ଲାରେ ଘଟିଛି। ଏକ ଗ୍ୟାସ ସିଲିଣ୍ଡର ଲୋରୀ ଏବଂ ଆରଟିସି ବସ୍ ଧକ୍କା ହୋଇଥିଲା। ଏହି ସମୟରେ ଭାଇଜାଗରୁ ଭିଜୟାନଗରମ ଅଭିମୁଖେ ଆସୁଥିବା ଆଉ ଏକ ଆରଟିସି ବସ୍ ସହ ପଛରୁ ଧକ୍କା ହୋଇଥିଲା।
ମର୍ମନ୍ତୁଦ ସଡକ ଦୁର୍ଘଟଣା 5 ମୃତ, 25 ଆହତ - ମର୍ମନ୍ତୁଦ ସଡକ ଦୁର୍ଘଟଣା
ଆନ୍ଧ୍ରପ୍ରଦେଶ ବିଜୟାନଗରମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣାସ୍ଥଳରେ 5 ମୃତ 25 ଆହତ। ସମସ୍ତ ଆହତଙ୍କୁ 108 ଆମ୍ବୁଲାନ୍ସରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ...
ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘଟଣାସ୍ଥଳରେ 5 ମୃତ, 25 ଆହତ
ଘଟଣା ଘଟିଥିବା ଅଞ୍ଚଳରେ ଏକ ଡମ୍ପିଂ ୟାର୍ଡ ଥିବାରୁ ଅଳିଆ ପୋତି ହୋଇ ଯାଇଥିଲା। ତେବେ ଯାବନବାହନର ଦ୍ରୁତଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ରାସ୍ତା ସମ୍ପୂର୍ଣ୍ଣ ଧୁଆଁରେ ଆଚ୍ଛାଦିତ ହେବା ପରେ ଯାତାୟତ କରୁଥିବା ଗାଡିଗୁଡିକ ବିଭିନ୍ନ ଅସୁବିଧା ଭୋଗିଥିଲେ।
ସମସ୍ତ ଆହତଙ୍କୁ 108 ଆମ୍ବୁଲାନ୍ସରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ଆରଟିସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିଥିଲେ।