ଗୌହାଟୀ:ଆସାମରେ ଦିବୃଗଡ ନିକଟରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡି ଯିବା ଫଳରେ 5 ଜଣ ନିଖୋଜ ଅଛନ୍ତି । ଦିବୃଗଡ ରୋହମୋରିଆରୁ 9 ଜଣ ଯାତ୍ରୀ ଏକ ଡଙ୍ଗାରେ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଛି । 4 ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଫେରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟ 5 ଜଣ ନିଖୋଜଙ୍କ ପତ୍ତା ଏବେ ସୁଦ୍ଧା ମିଳିପାରିନାହିଁ ।
ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି: 5 ନିଖୋଜ - ବ୍ରହ୍ମପୁତ୍ରରେ ବୁଡିଲା ଡଙ୍ଗା
ଆସାମ ଦିବୃଗଡରେ ବ୍ରହ୍ମପୁତ୍ର ନଦୀରେ ବୁଡିଲା ଡଙ୍ଗା । 4 ଉଦ୍ଧାର, 5 ନିଖୋଜ । ଉଦ୍ଧାର ଅପରେସନରେ NDRF ଓ SDRF ଟିମ । ଅଧିକ ପଢନ୍ତୁ
ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି: 5 ନିଖୋଜ
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଗ୍ନିଶମ ଟିମ ସମେତ NDRF ଓ SDRF ଉଦ୍ଧାରକାରୀ ଦଳ ପାଓ୍ବର ବୋଟରେ ଘଟଣାସ୍ଥଳରେ ରେସକ୍ୟୁ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିବା ଦିବୃଗଡ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ