ଡେରାଡୁନ : ନିଜ 3 ସନ୍ତାନ ସମେତ ପତ୍ନୀ ଓ ମାକୁ ଅତି ନିର୍ମମ ଭାବେ ହତ୍ୟା କଲା ଯୁବକ । ଧାରୁଆ ଅସ୍ତ୍ରରେ ଗଳା କାଟି ନିଜ ମା, ପତ୍ନୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛି । ଏପରି ଏକ ଚାଞ୍ଚଲ୍ୟକର ଗଣହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଡୋଇବାଲରେ । ଡୋଇବାଲର ରାନିପୋଖରୀ ଅନ୍ତର୍ଗତ (Ranipokhari massacre) ନାଗାଧେର ଗ୍ରାମରେ ଏହି ଗଣହତ୍ୟାକାଣ୍ଡ ଘଟିଛି । ଏପରି ନାରକୀୟ କାଣ୍ଡ ଭିଆଇଥିବା ଅଭିଯୁକ୍ତ 47 ବର୍ଷୀୟ ମହେଶ କୁମାର ତିଓ୍ବାରୀ ଓ ସେ ଉତ୍ତର ପ୍ରଦେଶ ମଣ୍ଡା ଜିଲ୍ଲାର ମୂଳ ବାସିନ୍ଦା ବୋଲି ଚିହ୍ନଟ ହୋଇଛି । ମୃତକଙ୍କ ମଧ୍ୟରେ ହତ୍ୟାକାରୀର 3 ନାବାଳିକା ସନ୍ତାନ, ପତ୍ନୀ ଓ ମା ରହିଛନ୍ତି ।
ଘଟଣା ନେଇ ସ୍ଥାନୀୟ ପୋଲିସ ଅଧିକ୍ଷକ (ଗ୍ରାମୀଣ) କମଲେଶ ଉପାଧେୟ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ଉତ୍ତର ପ୍ରଦେଶର ମୂଳ ବାସିନ୍ଦା । ଏଠାରେ ସେ ସପରିବାର ପ୍ରାୟ 7 ରୁ 8 ବର୍ଷ ଧରି ରହି ଆସୁଥିଲା । ତେବେ କୌଣସି କାରଣରୁ କଳହ ଯୋଗୁଁ ଅଭିଯୁକ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଗଳା କାଟି ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ଅଭିଯୁକ୍ତର 75 ବର୍ଷୀୟା ବୃଦ୍ଧା ମା’ ବିତନ ଦେବୀ, ପତ୍ନୀ ତଥା 36 ବର୍ଷୀୟା ନିତୁ ଦେବୀ ଓ 3 ନାବାଳିକା ସନ୍ତାନ ମଧ୍ୟ ରହିଛନ୍ତି (ranipokhari mass murder) । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ତେବେ ଅଭିଯୁକ୍ତ କେଉଁ କାରଣରୁ ଏପରି ଜଘନ୍ୟ କାଣ୍ଡ ଭିଆଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ଗିରଫ ଅଭିଯୁକ୍ତକୁ ଜେରା ଜାରି ରହିଛି ।
ବଞ୍ଚିଯାଇଛି ଜଣେ ଝିଅ-