ଓଡିଶା

odisha

ETV Bharat / bharat

ଟ୍ରକ-କାର ମୁହାଁ ମୁହିଁ ଧକ୍କା, ୫ମୃତ ୧୦ ଆହତ

ମିନି ଟ୍ରକ୍‌ ଓ କାର ମୁହାଁ ମୁହିଁ ଧକ୍କା ହୋରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ସୂଚନା । ଗୁଜୁରାଟର ମୋରବି ଜିଲ୍ଲାର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ଅଧିକ ପଢନ୍ତୁ

ଟ୍ରକ-କାର ମୁହାଁ ମୁହିଁ ଧକ୍କା, ୫ମୃତ ୧୦ ଆହତ
ଟ୍ରକ-କାର ମୁହାଁ ମୁହିଁ ଧକ୍କା, ୫ମୃତ ୧୦ ଆହତ

By

Published : May 9, 2022, 8:35 AM IST

ଗାନ୍ଧୀନଗର: ଗୁଜୁରାଟରେ ଭୟଙ୍କର ସଡକ ଦୁର୍ଘଟଣା । ମିନି ଟ୍ରକ୍‌ ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ସୂଚନା । ଗୁଜୁରାଟର ମୋରବି ଜିଲ୍ଲାର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଏକ କାର୍‌ରେ ୪ରୁ ୫ଜଣ ଜାତୀୟ ରାଜପଥରେ ଯାଉଥିବାବେଳେ ଚକା ଫାଟିଯିବାରୁ କାର୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହାପରେ ଘଟଣା ସ୍ଥଳରେ ଟ୍ରକରେ ଥିବା ଯାତ୍ରୀ କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସମସ୍ତ ଆହତକଙ୍କୁ ମନ୍ତ୍ରୀ ବ୍ରିଜେସ ମର୍ଜା ଭେଟିଥିଲେ । ଏହି ଘଟଣା ନେଇ ମୁଖ୍ୟପ୍ରତି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଦେବାନେଇ ଘୋଷଣା କରିଛନ୍ତି ।

ABOUT THE AUTHOR

...view details